Odisha news

ଜିଲ୍ଲାପାଳଙ୍କ ନିର୍ଦେଶରେ ରମଣୀ ସାଗରଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନତାରଣ

ନୂଆପଡା-୨୧/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ବୋଡେ଼ନ ବ୍ଲକ କାମପୁର କନକପଡା ନିବାସୀ ଗରିବ ମହିଳା ରମଣୀ ସାଗରଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ, ଜିଲ୍ଲାପାଳ ସ୍ବାଧାଦେଵ ସିଂ ଘଟଣାର ସତ୍ୟାସତ୍ୟ ବୁଝି ତୁରନ୍ତ ଚିକିତ୍ସା ସେବା ପ୍ରଦାନ ନେଇ ସୂଚନା ଦେଇଥିଲେ। ବୋଡେ଼ନ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ସଂଜୀବ କୁମାର ନାୟକ ଙ୍କ ଆଦେଶ କ୍ରମେ ଏକ ସ୍ଵତନ୍ତ୍ର ଏମ୍ବୁଲାନ୍ସ ରେ ବୋଡେ଼ନ ଆଣି ଚିକିତ୍ସା କରାଯିବା ସହ ଆଲଟ୍ରାସାଉଣ୍ଡ ପରୀକ୍ଷା କରିଥିଲେ। ପୁଣି ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ନିଆଯିବାକୁ ବ୍ୟବସ୍ଥା କରିଥିଲେ। ଆଜି ରମଣୀ ସାଗର ତାଙ୍କ ଗ୍ରାମରୁ ୧୦୮ ଏମୁଲେନ୍ସ ଯୋଗେ ନୂଆପଡା ଉତ୍ତମ ଚିକିତ୍ସା ପାଇଁ ବୋଡେ଼ନ ରୁ ନୂଆପଡା ସ୍ଥାନତାରଣ କରାଯାଇଛି। ଏହି ସମ୍ପର୍କରେ ବୋଡେ଼ନ ସ୍ବାସ୍ଥ୍ୟ ଅଧିକାରୀ ସଂଜୀବ କୁମାର ନାୟକ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.