Odisha news

ବୈଜ୍ଞାନିକ ମାନଙ୍କର ନୂଆ ଗବେଷଣା : ମସ୍ତିଷ୍କରେ ମଧ୍ୟ ସୃଷ୍ଟି ହୋଇଥାଏ କୁହୁଡି

0

ନୂଆଦିଲ୍ଲୀ :ଆପଣ ଜାଣନ୍ତି କି ସିଗାରେଟ ,ହୁକ୍କା , ବିଡି ,ଚିଲମ କିମ୍ବା ଇ ସିଗାରେଟ ଟାଣୁଥିବା ବ୍ୟକ୍ତି ମାନଙ୍କ ମସ୍ତିଷ୍କରେ କୁହୁଡି ଜମା ହୋଇ ଯାଇଥାଏ lହଁ ଆଜ୍ଞା , ଏହି କୁହୁଡି ଠିକ ସେହିପରି ଯେପରି ଶୀତଋତୁର କୁହୁଡି ହୋଇଥାଏ l ତାହା ପୁଣି ପ୍ରଦୂଷଣ ସହିତ l ଏହି କୁହୁଡି କାରଣରୁ ଆପଣ ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ନାହିଁ l ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ ଓ କୌଣସି ଜିନିଷର ନିର୍ଣ୍ଣୟ ନେଇ ପାରନ୍ତି ନାହିଁ l ଏହି ତଥ୍ୟ ୟୁନିଭର୍ସିଟି ଅଫ ରଚେଷ୍ଟାର ମେଡିକାଲ ସେଣ୍ଟର ର ଗବେଷଣାରୁ ଜଣା ପଡିଛି l

ଏହି ବିଶ୍ୱବିଦ୍ୟାଳୟର ପ୍ରଫେସର ମାନେ ମତ ଦେଇଛନ୍ତି ଯେ ଯଦି ଗୋଟିଏ ୧୪ ବର୍ଷ କିମ୍ବା ତା ଠାରୁ କମ ବୟସରୁ ଜଣେ ଧୂମପାନ କରିଥାଏ ତେବେ ତା ମସ୍ତିଷ୍କରେ ମେଣ୍ଟାଲ ଫଗ ଅର୍ଥ ମସ୍ତିସ୍କ କୁହୁଡି ବିପଦ ଉପୁଜିବାର ସମ୍ଭାବନା ରହିଥାଏ l କୌଣସି ଧୂମପାନ କରୁଥିବା ବ୍ୟକ୍ତି କୌଣସି ନିର୍ଣ୍ଣୟ ନେଇପାରେ ନାହିଁ l

ଏହି ଗବେଷଣାକୁ କରିବା ପାଇଁ ୧୮ ହଜାର ମିଡିଲ ଓ ହାଇସ୍କୁଲ ଛାତ୍ରଙ୍କୁ ନିଆ ଯାଇଥିଲା ଓ ସେମାନଙ୍କ ସହିତ କଥାବାର୍ତା କରାଯାଇଥିଲା l ଏହା ବ୍ୟତୀତ ୮.୮୬ ଲକ୍ଷ ଲୋକ ମାନଙ୍କୁ ଫୋନ ଜରିଆରେ ପ୍ରଶ୍ନ ପଚରା ଯାଇଥିଲା l ୨ଟି ଯାକ ଗବେଷଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଧୂମପାନ କରୁଥିବା ବ୍ୟକ୍ତିମାନେ ମସ୍ତିସ୍କ କୁହୁଡିର ଆକ୍ରାନ୍ତ ଅଛନ୍ତି l ସେମାନେ ନିଜର ମସ୍ତିଷ୍କକୁ ସନ୍ତୁଳନ ରଖିପାର ନାହାନ୍ତି l ଏହି ସମସ୍ୟା ଯେ କୌଣସି ବୟସର ଧୂମପାନ ବ୍ୟକ୍ତିଙ୍କ ପାଖରେ ଦେଖା ଦେଇପାରେ l

ସିଏ ବୟସ୍କ ,କିଶୋର କିମ୍ବା ବାଳକ ହୋଇଥାନ୍ତୁ , ଯେକୌଣସି ବ୍ୟକ୍ତିଙ୍କ ପାଖରେ ଏହି ସମସ୍ୟା ଦେଖା ଦେଇପାରେ l ଆଜିକାଲି ପ୍ରାୟତଃ ସମସ୍ତେ ଧୂମପାନ କରୁଛନ୍ତି l ଯଦି ଆମର ଆସନ୍ତା ପିଢ଼ି ଉପରେ ମସ୍ତିସ୍କ କୁହୁଡି ଜମା ହୋଇ ରହିବ ତେବେ ସେମାନଙ୍କ ଭବିଷ୍ୟତ କଣ ହେବ ?

ବୈଜ୍ଞାନିକ ମାନେ କହିଛନ୍ତି ଇ ସିଗାରେଟ ରେ ହାନିକାରକ ପଦାର୍ଥ କମ ରହିଥାଏ ,କିନ୍ତୁ ନିକୋଟିନ ର ମାତ୍ରା ସେତିକି ରହିଥାଏ l ଯେଉଁ ଦେଶରେ ଇ ସିଗାରେଟକୁ ମାନ୍ୟତା ମିଳିଛି ସେଠାକାର ପରିସ୍ଥିତି ଅତି ସଙ୍କଟ ପୁର୍ଣ l କିଶୋର ବୟସରେ ସିଗାରେଟ ଟାଣିବା ଦ୍ୱାରା ମସ୍ତିସ୍କ ଗତିଶୀଳ ହୋଇପାରେ ନାହିଁ l ଭବିଷ୍ୟତରେ ଏହା ଭୟାବହ ପରିସ୍ଥିତି ଉପୁଯାଇ ଥାଏ l

Leave A Reply