Odisha news

କଣ ଆପଣ ୮ଘଣ୍ଟାରୁ ଉର୍ଧ୍ଵ ଗୋଟିଏ ସ୍ଥାନରେ ବସି ରହୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ , ହୋଇ ପାରନ୍ତି ଏହିସବୁ ରୋଗରେ ପୀଡିତ

0
ଆଜିକାଲି ଲୋକ ମାନଙ୍କର ଫିଜିକାଲ ଆକ୍ଟିଭିଟି ଖୁବ କମି ଯାଉଛି, ଅନେକ ଲୋକେ ଘରେ ଅନଲାଇନ ରେ କିମ୍ବା ଅଫିସ ରେ ଅଫ ଲାଇନ ରେ ଗୋଟିଏ ସ୍ଥାନରେ ବସି ସମୟ ଅତିବାହିତ କରୁଛନ୍ତି, କିନ୍ତୁ ଏହି ବସିବା ଶୈଳୀ ସେମାନଙ୍କ ଜୀବନ ପ୍ରତି ବିପଦ ଆଣି ଦେଉଛି ବୋଲି ସେମାନେ ଜାଣନ୍ତି ନାହିଁ l ଏବଂ ଅନେକ ଗୁଡିଏ ରୋଗ ର ମଧ୍ୟ କାରଣ ହେଉଛି l

+ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମେରୁଦଣ୍ଡ ଉପରେ ଖରାପ ପ୍ରଭାବ ପଡୁଛି, ଯେଉଁ କାରଣରୁ ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟାର ସମୁଖୀନ ହେବାକୁ ପଡୁଛି, ଏହାଛଡା ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିବା ଦ୍ୱାରା ଅଂଟା ହାଡ଼ ମଧ୍ୟ ଦୁର୍ବଳ ହୋଇ ଯାଇଥାଏ ବୋଲି ଡାକ୍ତର ଙ୍କ ମତ ରହିଛି l

+ ଅଧିକ ସମୟ ଧରି ଗୋଟିଏ ଚୌକୀ ରେ ବସି କାମ କରିବା ଦ୍ୱାରା ମୋଟାପା ବୃଦ୍ଧି ହୋଇଥାଏ l କାରଣ ଗୋଟିଏ ସ୍ଥାନରେ ବସି ରହିଲେ ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ, ଏବଂ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ଜମି ଯାଇଥାଏ, ଏବଂ ଶରୀରର ମେଟାବୋଲିଯିମ ଉପରେ ପ୍ରଭାବ ପଡିଥାଏ, ତେଣୁ ମଝିରେ ମଝିରେ ବସିବା ସ୍ଥାନ ରୁ ଉଠିବା ଆବଶ୍ୟକ l

* ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିଲେ ହାର୍ଟ ସମ୍ବନ୍ଧିତ ସମସ୍ୟା ହୋଇଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିବା ଦ୍ୱାରା ଶରୀରର ଗୁଲ୍ କୋଜ ର ସଠିକ ବ୍ୟବହାର ହୋଇପାରେ ନାହିଁ, ଯେଉଁ କାରଣରୁ କୋଲେଷ୍ଟ୍ରଲ ବଢିବାର ସମ୍ଭାବନା ରହିଥାଏ, ଏବଂ ମଧୁମେହ ଓ ହାର୍ଟ ରୋଗ ର କାରଣ ହୋଇଥାଏ l

Leave A Reply