ରାଉରକେଲା(suvendra Pattanaik) : ରାଉରକେଲା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ।ସହରବାସୀଙ୍କ ବହୁ ଦିନର ନ୍ୟାଯ୍ୟ ଦାବି, ଯଥା- ପୂର୍ଣ୍ଣକାର୍ଯ୍ୟକ୍ଷମ ବିମାନବନ୍ଦର, ତାଳଚେର-ବିମଳାଗଡ଼ ରେଳପଥର ନିର୍ମାଣକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜମି ଅଧିଗ୍ରହଣକୁ ବ୍ୟାପକ କରିବା, ବିର୍ସା ମୁଣ୍ଡା ସ୍ମାରକୀ ପାର୍କ ସ୍ଥାପନ, ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ, ରାଉରକେଲା ସରକାରୀ ଡାକ୍ତରଖାନାକୁ ମେଡିକାଲ କଲେଜରେ ରୂପାନ୍ତର, ବାହ୍ୟ ରିଂ ରୋଡ୍କୁ ପ୍ରାଥମିକତା ଆଦି ଅନ୍ୟତମ। ବିଶେଷ କରି ବିମାନବନ୍ଦର ସଂପ୍ରସାରଣ, ବନ୍ଦ ହୋଇଥିବା ବିମାନସେବାକୁ ପୁନଃ କାର୍ଯ୍ୟକ୍ଷମ ସଂକ୍ରାନ୍ତରେ ନିର୍ଭର ପ୍ରତିଶ୍ରୁତି ପାଇଁ ସହରବାସୀ ଆଶା ବାନ୍ଧିଛନ୍ତି।
ମୁଖ୍ୟମନ୍ତ୍ରୀ ମେ’ଫେୟାର୍ ହକି ଭିଲେଜ୍କୁ ଯିବେ। ପ୍ରାୟ ଘଣ୍ଟାଏ ପରେ ମଧ୍ୟାହ୍ନ ୨ଟାରେ ସେକ୍ଟର-୧୩ ମେଳଣ ପଡ଼ିଆରେ ହେବାକୁ ଥିବା ‘ଜନଜାତୀୟ ଗୌରବ ଦିବସ’ ପାଳନ ଉତ୍ସବରେ ଯୋଗ ଦେବେ। ଅପରାହ୍ଣ ୪.୪୦ ମିନିଟ୍ରେ ନବନିର୍ମିତ ସର୍କିଟ୍ ହାଉସ୍କୁ ଉଦ୍ଘାଟନ କରିବା ସହ ୫ଟା ୪୦ ମିନିଟ୍ରେ ବିର୍ସା ଛକଠାରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ହେବାକୁ ଥିବା ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ଜାତୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବର ଉଦ୍ଯାପନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ରାତ୍ରିଯାପନ କରିବେ।