Odisha news

ବଡପୋଖରିଆ ପଞ୍ଚାୟତରେ କେକ୍ କାଟି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିଲେ ପଞ୍ଚାୟତବାସୀ

0

ନିରାକାରପୁର, ୧୬/୧୦: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ବଡପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିକ୍ଷାବିତ୍ ହରିବନ୍ଧୁ ମୁଦୁଲିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ସମାଜସେବୀ ସଚିନ ବଳିଆର ସିଂହ ଯୋଗଦେଇ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସେ ଜଣେ ସଚ୍ଚୋଟ ଦେଶ ସେବକ ବୋଲି ଅଭିହିତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ସାଗର ବଳିଆର ସିଂହ, ଏସ ଏସ ଜି ଗ୍ରୁପ ସଭାପତି ରେଣୁବାଳା ମହାପାତ୍ର , ସମ୍ପାଦକ ସତ୍ୟଭାମା ପ୍ରଧାନ , ନବ ପ୍ରଧାନ ଓ ପଞ୍ଚାୟତ ୱାର୍ଡ ମେମ୍ବର  ସମେତ ଅନେକ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ଜନ୍ମ ଦିନର କେକ କାଟି ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Nalco
Leave A Reply