Odisha news

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ “ଲବଙ୍ଗ”

0

ଲବଙ୍ଗ ଗୋଟିଏ ସୁଗନ୍ଧ ଯୁକ୍ତ ମସଲା ଅଟେ l ଲବଙ୍ଗ ର ସର୍ବାଧିକ ଉତ୍ପାଦନ -ଜଞ୍ଜିବାର ଓ ମଲାକ୍କା ଦୀପରେ ହୋଇଥାଏ ,ଏହି ଗଛ ଗୁଡିକ ବହୁତ ବଡ ହୋଇଥାନ୍ତି l ଏହି ଗଛକୁ ଲଗାଇବାର ୮ ରୁ ୯ ବର୍ଷ ପରେ ଫଳ ହୋଇଥାଏ l ଦୁଇ ପ୍ରକାର ଲବଙ୍ଗ ଥାଏ ,ଗୋଟିଏ ହେଲା କଳା ଯାହାକୁ ମସଲାରେ ଓ ଖାଦ୍ୟରେ ବ୍ୟବହାର କରାଯାଏ ,ଓ ଅନ୍ୟଟି ହେଲା ନୀଳ ରଙ୍ଗର ଯୋଉଥିରୁ ତେଲ ବାହାର କରାଯାଏ l ଆଜି ଆସନ୍ତୁ ଜାଣିବା ଲାବନଗର ଉପକାରିତା ବିଷୟରେ –

* ସାଇନ୍ସକୁ କମାଇ ଥାଏ-ଯଦି ଆମେ ଲବଙ୍ଗକୁ ପ୍ରତେକ ଦିନ ଆମ ଖାଦ୍ୟରେ ବ୍ୟବହାର କରିବା ତେବେ ଥଣ୍ଡା ଦ୍ୱାରା ସାଇନ୍ସର ଶିକାର ହେଉଥିଲେ ସେଥିରୁ ଆରାମ ପାଇପାରିବl l ଗରମ ପାଣିରେ ପ୍ରତେକ ଦିନ ୩ ରୁ ୪ ଚାମଚ ଲବଙ୍ଗ ତେଲ ମିଶାଇ ପିଇବା ଦ୍ୱାରା ଥଣ୍ଡାର ସଂକ୍ରମଣରୁ ରକ୍ଷା ପାଇପାରିବl ଓ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲେ ସେଥିରୁ ମଧ୍ୟ ଆରାମ ମିଳିଥାଏ l

* ବ୍ରଣକୁ ଦୁରକରେ -ଲବଙ୍ଗ ତେଲରେ ଆଣ୍ଟି-ମାଇକ୍ରୋ ଵିୟଲ ପ୍ରପର୍ଟିଜ ଅଛି l ଏଥି ସହିତ ଶରୀରକୁ ସଫା କରିବାର ତତ୍ୱ ମଧ୍ୟ ରହିଛି ,ଯାହା ମୁହଁର ବ୍ରଣକୁ କମ କରିବାରେ ସହାୟକ ହୋଇଥାଏ l କିମ୍ବା ବ୍ରଣ ଉପରେ ଲବଙ୍ଗରେ ତିଆରି ଫେସପ୍ୟାକ ମଧ୍ୟ ଲଗାଇ ପାରିବେ l

* ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ -ଲବଙ୍ଗ ଆମର ଇମ୍ୟୁନିଟି କୁ ବଢାଇବାରେ ସାହାଯ୍ୟ କରେ l ଲବଙ୍ଗରେ ଆଣ୍ଟି -ଅକ୍ସିଡେଣ୍ଟ ଗୁଣ ଭରପୁର ହୋପି ରହିଛି ,ଯାହା ଆମର ଇମ୍ୟୁନିଟି ସିଷ୍ଟମକୁ ବଢାଇବ l ତେଣୁ ପ୍ରତେକ ଦିନ ଏକ ଚାମଚ ମହୁରେ ଏକ ଚାମଚ ଲବଙ୍ଗ ଗୁଣ୍ଡ ମିଶାଇ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ l

* ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ -ଲବଙ୍ଗ ଖାଇବା ଦ୍ୱାରା ପଚାନା ପ୍ରକ୍ରିୟାରେ ସୁଧାର ଆସିଥାଏ l ଏହା ସହିତ ପେଟର ବିଭିନ୍ନ ରୋଗ ଯେପରିକି ଗ୍ୟାସ ,ଛାତି ଜଳିବା ଓ ବାନ୍ତି ହେବ ଇତ୍ୟାଦି କୁ ଦୁରକରେ l ଯଦି ଏପରି ସମସ୍ୟା ଦେଖାଦେଉଛି ତେବେ ଲବଙ୍ଗ ଗୁଣ୍ଡ ,ଲେମ୍ବୁ ରସ ଓ ଜିରା ଗୁଣ୍ଡକୁ ମିଶାଇ ଖାଇଲେ ଅରାମ ଲାଗିଥାଏ l

* ଦାନ୍ତ ବିନ୍ଧlରୁ ଆରାମ ଦିଏ -ଆପଣ ଜାଣିଥିବେ ଯେ ଅଧିକାଂଶ ଦାନ୍ତ ମାଞ୍ଜନରେ ଲବଙ୍ଗକୁ ମୁଖ୍ୟ ତତ୍ୱ ଭାବରେ ସାମିଲୀ କରାଯାଏ l ଲବଙ୍ଗରେ ଦାନ୍ତ କଷ୍ଟକୁ ଦୁରେଇ ବାର କ୍ଷମତା ଅଛି l ଯଦି ଅପାଙ୍କ ଦାନ୍ତ ବିନ୍ଧା ହେଉଛି ତେବେ ଟିକେ ତୁଳାରେ ଲବଙ୍ଗ ତେଲ ନେଇ ସେହି ତୁଳାକୁ ଦାନ୍ତ ମୂଳରେ ଦିଅନ୍ତୁ ,ଏହା ଦ୍ୱାରା ଦାନ୍ତ ବିନ୍ଧାରୁ ଆରାମ ମିଳିବ l ଏହାଛଡl ଲୁଣ ପାଣିରେ ଲବଙ୍ଗ ତେଲ ଅଧଚାମଚ ପକାଇ ଦିନକୁ ୩ ରୁ ୪ ଥର କୁଳିକଲେ ଆରାମ ମିଳିବ l

Nalco

Leave A Reply