Odisha news

ମୋଦୀଙ୍କ ‘ମନ୍କୀବାତ୍’ ରେ ସିଫାର ମୁକ୍ତା ଚାଷୀ

0

ଭୁବନେଶ୍ୱର : ପ୍ରତି ବର୍ଷ କୃଷକ ଏବଂ ଯୁବ ପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟା ଗଙ୍ଗରେ ମୁକ୍ତା ଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲକରିଥିବା ଜଣେ ମୁକ୍ତା ଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି ।

ପ୍ରକାଶଥାଉକି ବିହାରର ବେଗୁସରାଇ ଅଂଚଳର ଜନୈକ ସରକାରୀ କର୍ମଚାରୀ ତଥା ମୁକ୍ତା ଚାଷୀ ଶ୍ରୀ ଜୟଶଂକର କୁମାରସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ‘ସମନ୍ୱିତକୃଷି’ ପ୍ରଣାଳୀରେ ମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି ।ଶ୍ରୀ କୁମାର ହେଉଛନ୍ତି ଜଣେ ଉତ୍ସାହିତ , ଅଭିନବ ଚିନ୍ତା ଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷାକରି ସ୍ୱକୌଶଳ ବିକାଶ କରିଆସୁଛନ୍ତି ।

ସେ ଜଣେ ସଫଳ ମୁକ୍ତାଚାଷୀ,ଯିଏକି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ-୧୯ ର ଦୁର୍ଦ୍ଦଶା ସମୟରେ ଗାଁକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁକ୍ତାଚାଷ ପ୍ରଶିକ୍ଷଣ ଦେଇ ଆତ୍ମ ନିର୍ଭରଶୀଳ ହେବା ପାଇଁ

ପାଇଁଉସôାହିତ କରୁଛନ୍ତି ।ମାନ୍ୟବର ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୨୬ ତାରିଖ ଦିନ ପ୍ରସାରିତ ତାଙ୍କର ମନ୍କୀ ବାତ୍-୨.୦ ର ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନକରି ଆୟବୃଦ୍ଧି ପାଇଁ ନୂତନ ଚିନ୍ତାଧାରାପୋଷଣକରୁଥିବାକୃଷକମାନଙ୍କରକାର୍ଯ୍ୟଧାରାକୁ ପ୍ରଶଂସା କରିବାସହ ଆତ୍ମ ନିର୍ଭର ଭାରତ ପାଇଁଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ ।ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିଦେ୍ର୍ଦଶକ ଡଃ ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡଃସରୋଜ କୁମାର ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍କୀବାତ୍କାର୍ଯ୍ୟକ୍ରମରେସ୍ଥାନ ପାଇଥିବା ସଫଳ ଚାଷୀ ଶ୍ରୀକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

 

Leave A Reply