Odisha news

ବଜାରକୁ ଆସୁଛି ଏହିପରି ଆଡଲ୍ଟ ଆଇସକ୍ରିମ : ଖାଇବା ପରେ ଝୁମି ଉଠିବ ମନ

ନୂଆଦିଲ୍ଲୀ : ଆଇସକ୍ରିମ କୁ ପସନ୍ଦ କରୁଥିବା ଲୋକ ଆମ ବିଶ୍ଵରେ କିଛି କମ ନାହାନ୍ତି । ସବୁ ଲୋକ ମାନଙ୍କ ସ୍ଵାଦ ମଧ୍ୟ ଅଲଗା ଅଲଗା ପ୍ରକାରର । କିନ୍ତୁ ବର୍ତ୍ତମାନ୍ ଆଇସକ୍ରିମ ବଡ ବ୍ରାଣ୍ଡ ଭାବରେ ଗଣା ଯାଉଥିବା କମ୍ପାନୀ ହେଗେନ୍ ଡେଜ୍ ଏପରି ଗୋଟିଏ ଆଇସକ୍ରିମ ପ୍ରସ୍ତୁତ କରୁଛି ଯାହାକୁ ପ୍ରତେକ ବ୍ୟକ୍ତି ନିଶ୍ଚିନ୍ତ ଭାବରେ ଟିକେ ଚାଖିବା ଆବଶ୍ୟକ । ଆଇସକ୍ରିମ ର ଏହି ଫ୍ଲେବର୍ ଟି ବିଶେଷ ଭାବରେ ଆଡଲ୍ଟ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । କାରଣ ଏହି ଆଇସକ୍ରିମ ଆପଣଙ୍କ ପାଟି ଭିତରକୁ ଯିବା ମାତ୍ରକେ ଅଲଗା ପ୍ରକାରର ସୁଖ ଅନୁଭବ କରିବେ ।
ଆଡଲ୍ଟ ଆଇସ୍ କ୍ରିମ କଣ ?
ଡେଲି ମେଲ୍ ର ଗୋଟିଏ ରିପୋର୍ଟ ଅନୁସାରେ ହେଗେନ ଡେଜ୍ ବଜାରରେ ଆଇସ କ୍ରିମ ର ଦୁଇଟି ନୂଆ ଫ୍ଲେବର ଲଞ୍ଚ କରିଛି । କମ୍ପାନୀ ଏହି ଆଇସ କ୍ରିମ ରେ ଅଲ୍କୋହଲ ପ୍ରୟୋଗ କରିଛି । କମ୍ପାନୀ ପକ୍ଷରୁ କେବଳ ଆଡଲ୍ଟ ମାନଙ୍କ ପାଇଁ ଏହି ଆଇସ କ୍ରିମ ଯୋଗାଇ ଦିଆ ଯିବ ।
ଆଇସ କ୍ରିମ ଖାଇବା ପରେ କିଛି ଏପରି ଅନୁଭବ କରିବେ –
ଏହି ଅଲ୍କୋହଲିକ ଆଇସ କ୍ରିମ କୁ ଲଣ୍ଡନ ର କକ୍ ଟେଲ୍ ବିଚ୍ ଅବସର ରେ ଲଞ୍ଚ କରାଯିବ । ଏହି ଆଇସ କ୍ରିମ କୁ ଖାଇବା ପରେ ଲୋକ ମାନଙ୍କ ଗୋଟିଏ ଅଲଗା ପ୍ରକାରର ଉତ୍ସୁକତା ଦେଖା ଯିବ , କିନ୍ତୁ ନିଶା ହେବ ନାହିଁ ।
ଏହି ଆଇସ କ୍ରିମ ରେ ୦.୫ ପ୍ରତିଶତ ରୁ ମଧ୍ୟ କମ୍ ଅଲ୍କୋହଲ୍ ପ୍ରୟୋଗ ହୋଇଛି । ଏହି ଆଇସ କ୍ରିମ ର ଗୋଟିଏ ୱାକ୍ସ ପ୍ରାୟ ୫୦୦ ଟଙ୍କା ଅଟେ । ଏହି କମ୍ପାନୀ ର ଅନ୍ୟ ଫ୍ଲେବର୍ ଗୁଡ଼ିକ ମଧ୍ୟରେ ଚକୋଲେଟ୍ , ଭାନିଲା ଓ କଫି ଇତ୍ୟାଦି ମଧ୍ୟ ଖୁବ୍ ପ୍ରସିଦ୍ଧ । ଏହି କମ୍ପାନୀ ର ମୁଖ୍ୟ ସ୍ଥାନ ହେଉଛି ନ୍ୟୁୟର୍କ ଆମେରିକା ।

Comments are closed.