Odisha news

ଚୀନ ରେ ଉଇଗର ମୁସଲମାନଙ୍କ ନିର୍ଯ୍ୟାତନା କୁ ନେଇ ଚୀନ ନିରବ

ନୂଆଦିଲ୍ଲୀ : ଦୁନିଆର ମୁସ୍ଲିମ ରାଷ୍ଟ୍ରଙ୍କ ନେତା ହେବାକୁ ସ୍ବପ୍ନ ଦେଖୁଥିବା ପାକିସ୍ତାନର ଦ୍ଵିତୀୟ ଚରିତ୍ର ସାମ୍ନାକୁ ଆସିଛି l ଲକ୍ଷ ଲକ୍ଷ ଉଇଗର ମୁସଲମାନ ଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ମାମଲା ରେ ଚୀନ କୁ କ୍ଲିନ ଚିଟ ଦେଇଛନ୍ତି l ଚୀନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଉଇଗର ମୁସଲମାନ ଙ୍କ ମାମଲାରେ ଚୀନ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଠିକ ଅଟେ l ଇମ୍ରାନ କହିଛନ୍ତି ଯଦି ଚୀନ ସରକାର କହୁଛନ୍ତି ଉଇଗର ମୁସଲମାନ ଠିକ ରେ ଅଛନ୍ତି ତେବେ ତାହା ସତ୍ୟ ଅଟେ l

ଚୀନ ପ୍ରତି ନିଜର ସଚୋଟ ମନୋଭାବ ଦେଖାଇ ଇମ୍ରାନ କହିଲେ “ପଶ୍ଚିମ ଦେଶର ଗଣମାଧ୍ୟମ ଚୀନ ବିରୁଦ୍ଧରେ ଭୁଲ ଧାରଣା ସୃଷ୍ଟି କରୁଛି l ଅଧିକାଂଶ ଦେଶ ରହିଛି ଯେଉଁଠି ମାନବ ଅଧିକାରର ଉଲଂଘନ ହେଉଛି l  କିନ୍ତୁ ସେଠାରେ ପଶ୍ଚିମ ଗଣମାଧ୍ୟମ ନିରବ ରହୁଛି l ପାକିସ୍ତାନ ସହିତ ଚୀନ ସମ୍ପର୍କକୁ ନେଇ ଭାରତ ମୁଣ୍ଡ ପୁରାଇବା ଉଚିତ ନୁହେଁ l ”

ୟୁନାଇଟେଡ଼ ନେସନ ସହିତ ଅଧିକାଂଶ ଦେଶ ଉଇଗର ମୁସଲ୍ମାନଙ୍କ ଯନ୍ତ୍ରଣାକୁ ନେଇ ଚୀନ କୁ ଆଙ୍ଗୁଠି ଦେଖାଉଛନ୍ତି l ଏହି ସଂସ୍ଥା ପକ୍ଷରୁ କୁହା ଯାଇଛି ଚୀନ ୧୦ ଲକ୍ଷରୁ ଅଧିକ ଉଇଗର ମୁସଲମାନ ଙ୍କୁ ବନ୍ଦୀ କରି ରଖିଛି l ସେଠାରେ ଥିବା ମୁସଲମାନ ଙ୍କୁ ନମାଜ ମଧ୍ୟ ପଢିବାକୁ ଦିଆଯାଏ ନାହିଁ l ସେଠାରେ ମସଜିଦ ଭଙ୍ଗା ଯାଉଛି l ଏହି ଘଟଣାକୁ ନେଇ ଚୀନ କହିଥିଲା ସେ ଉଇଗର ମୁସଲମାନ ଙ୍କୁ ଆଧୁନିକ କରୁଛି l ଜିଙ୍ଗପିଙ୍ଗ ଶାସନ ଭାର ସମ୍ଭାଳିବା ପରେ ଉଇଗର ମୁସଲମାନଙ୍କ ନିର୍ଯାତନା ବଢି ଯାଇଛି l

Nalco

Comments are closed.