Odisha news

ଆମାଜନ ମାଲିକଙ୍କ ସହିତ ଅନ୍ତରୀକ୍ଷ ଯାତ୍ରା କରିବେ ଜଣେ ୮୨ ବର୍ଷୀୟା ମହିଳା , ଆସନ୍ତୁ ଜାଣିବା ସେ ମହିଳା ଜଣଙ୍କ କିଏ

ନୂଆଦିଲ୍ଲୀ : ଆମାଜନର କୋଟିପତି ମାଲିକ ଜେଫ ବେଯୋଶ ଚଳିତ ମାସର ଶେଷ ଆଡକୁ ନିଜର ରକେଟ କମ୍ପାନୀ ପକ୍ଷରୁ ଅନ୍ତରୀକ୍ଷ ଯାତ୍ରା କରିବେ l ଏହି ଯାତ୍ରା ସମୟରେ ୧୯୬୦ ମସିହାର ନାସା ର ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପାରିତ ହୋଇଥିବା ୧୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ସହିତ ସାମିଲ ହେବେ , ତାଙ୍କ ନାମ ହେଉଛି ବେଲି ଫଙ୍କ l  ଆଜି ପର୍ଯ୍ୟନ୍ତ ବିଶ୍ୱ ଇତିହାସ ରେ ସବୁଠୁ ଅଧିକ ବୟସ୍କା ବ୍ୟକ୍ତି ଅଟନ୍ତି l ବେଲି ଫଙ୍କ କହିଛନ୍ତି ମୁଁ କେବେ ଭାବି ନଥିଲି ମୁଁ ଅନ୍ତରୀକ୍ଷକୁ ଯିବି l

ମିଳିଥିବା ସୂଚନା ଅନୁସାରେ ବେଲି ୨୧ ବର୍ଷ ବୟସରେ ନାସା ରେ ପୁରୁଷ ମାନଙ୍କ ସହିତ ଅନ୍ତରୀକ୍ଷକୁ ଯିବା ପାଇଁ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ l ଯେଉଁ ୧୩ ଜଣ ମହିଳାଙ୍କର ପରୀକ୍ଷା ନିଆ ଯାଇଥିଲା ସେଥିରେ ବେଲିଙ୍କ ବୟସ ସବୁଠୁ କମ ଥିଲା l ସେଥିପାଇଁ ତାଙ୍କୁ ଅନ୍ତରୀକ୍ଷକୁ ଯିବା ପାଇଁ ଅଟକା ଯାଇଥିଲା l ବେଲି ଆମେରିକାର ସୈନ୍ୟ ଶିବିରରେ ପ୍ରଥମ ମହିଳା ପାଇଲଟ ପ୍ରଶିକ୍ଷକ ଥିଲେ l

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବେଯୋଶ ଜୁଲାଇ ୫ ତାରିଖରେ Amazon.com ମୁଖ୍ୟ କାର୍ଯ୍ୟକାରୀ ପଦ ଛାଡ଼ୁଛନ୍ତି l ସେ ସାଥି କୋଟିପତି ଏଲୋନ ମସ୍କ ଓ ରିଚାର୍ଡ ବେନସନ ଙ୍କ ସହିତ ନିଜ କମ୍ପାନୀ ଦ୍ୱାରା ବିକଶିତ ରକେଟ ରେ ଅନ୍ତରୀକ୍ଷ ଯାତ୍ରା କରିବା ପାଇଁ ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ହେବା ପାଇଁ ପ୍ରସ୍ତୁତ ଅଛନ୍ତି l

IEC 2 years

Comments are closed.