Odisha news

ଡୁଆଝର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପାଲଟିଛି ଭୁତ କୋଠି, ସରକାରୀ ଜମିରେ ନିର୍ମିତ କେନ୍ଦ୍ରକୁ ରାସ୍ତା ନଥିବା ଅଭିଯୋଗ

ନୂଆପଡା-୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମପଂଚୟତ ରେ ନିର୍ମିତ ହୋଇଛି ରାଜୀବ ଗାନ୍ଧୀ ସେବା କେନ୍ଦ୍ର। ସରକାରୀ ଜାଗା ରେ ନିର୍ମାଣ ହୋଇଥିଲେ ହେଁ ଚାରି ପାର୍ଶ୍ଵ ରେ ବେସରକାରୀ ଜାଗା ଥିବାରୁ ଯିବାଆସିବା ଅସୁବିଧ ହେବ, ଏଭଳି ତୃଟିପୂର୍ଣ ସ୍ଥାନ ଚୟନ କରି ସରକାରୀ ଅର୍ଥ ଅପବ୍ୟୟ କରିବା ସାର୍ଥକ ହେଉଛି । ଡୁଆଝର ଗ୍ରାମପଞ୍ଚାୟତ ରେ ଥିବା ରାଜୀବୀ ଗାନ୍ଧୀ ସେବା କେନ୍ଦ୍ର ଅଧାପନ୍ତରିଆ ନିର୍ମାଣ ହୋଇ ଭୁତ କୋଠି ରେ ପରିଣତ ହୋଇଅଛି। ଘଟଣା ର ସତ୍ୟା ସତ୍ୟ ଅନୁସନ୍ଧାନ କରିବାରୁ ଏଭଳି ତ୍ରୁଟି ହୋଇଥିବା ଜଣ ପଡିଛି। ଏହି ସେବା କେନ୍ଦ୍ର କୁ କାର୍ଯ୍ୟ କ୍ଷମ କଲେ ଜନସାଧାରଣଙ୍କ ବ୍ୟବହାର ଯୋଗ୍ୟ ହୋଇପାରନ୍ତା। ସମଗ୍ର ଜିଲ୍ଲା ରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ହୋଇ ସୁରୁଖୁରୁରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଡୁଆଝର ପଞ୍ଚାୟତ ବ୍ୟତିକ୍ରମ ହୋଇ ପଡିଛି, ଏହାର ଶିଘ୍ର ଆଶୁସମାଧନ କରି ସେବା କେନ୍ଦ୍ର ସମ୍ପୂର୍ଣ୍ଣ କରିବାକୁ ସାଧାରଣ ରେ ଦାବି ହେଉଛି।

Nalco

Comments are closed.