Odisha news

ଜନ୍ମଦିନର କେକ୍ ଆଣିବାକୁ ଗଲେ ୨ଭାଇ : ଚିତା ବାଘ ପଡିଗଲା , ପଛରେ ତା ପରେ…..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରେ ଜନ୍ମଦିନରେ ମଗା ହୋଇଥିବା କେକ୍ କାରଣରୁ ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିଛି l ଆପଣଙ୍କୁ ଏହିକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହି ଘଟଣାଟି ସତ୍ୟ ଅଟେ l ମଧ୍ୟପ୍ରଦେଶର ବୁରହାନପୁର ରେ ଫିରୋଜ ଙ୍କର ପୁଅର ଜନ୍ମଦିନ ପାର୍ଟି ଚାଲିଥିଲା l ଅଚାନକ ଆଖୁ କିଆରୀରୁ ଗୋଟିଏ ଚିତାବାଘ ଆସି ସେଠାରେ ପହଞ୍ଚି ଗଲା l ଯାହାକୁ ଦେଖି ୨ ଭାଇଙ୍କ ଅବସ୍ଥା ଶୋଚନୀୟ ହୋଇଗଲା l

ଫିରୋଜ ଓ ତାର ଭାଇ ସବୀର ୨ଜଣ ମିଶି ,ଫିରୋଜଙ୍କ ପୁଅର ଜନ୍ମଦିନ ପାଇଁ ପ୍ରସ୍ତୁତି କରୁଥିଲେ l ଯେତେବେଳେ ୨ଜଣ କେକ୍ ନେଇ ମଟର ସାଇକେଲ ରେ ଆସୁଥିଲେ l ସେହି ସମୟରେ ଗୋଟିଏ ଚିତାବାଘ ତାଙ୍କ ପଛରେ ପଡିଗଲା l ଯେତେବେଳେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଅନ୍ୟ କିଛି ଉପାୟ ପାଇଲେ ନାହିଁ ,ସେତେବେଳେ କେକ୍ ଡବା ଟିକୁ ଚିତାବାଘ ଉପରକୁ ଫୋପାଡିଲେ l

ତାହା ଯାଇ ଚିତା ବାଘର ମୁହଁ ଉପରେ ପଡିଲା l ଏହାପରେ ଚିତାବାଘ ଖେତ ଆଡକୁ ଦୌଡ଼ି ପଳାଇଲା l  ଚିତାବାଘ ୫୦୦ ମିଟର ପର୍ଯ୍ୟନ୍ତ ଉଭୟ ଭାଇଙ୍କ ପିଛା କରିଥିଲା l ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ରେ ଖୁବ ଆଲୋଚନା ହୋଇଥିଲା l ବନବିଭାଗ ଅଧିକାରୀ ମାନେ କହିଥିଲେ ଯେ ଗୋଟିଏ କେକ୍ କାରଣରୁ ଦୁଇ ଭାଇଙ୍କ ଜୀବନ ରକ୍ଷା ହୋଇପାରିଲା

IEC 2 years

Comments are closed.