ନୂଆଦିଲ୍ଲୀ -ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ଯୋଡି ହୋଇଥିବା ଏକ ଖବରକାଗଜ ସୂତ୍ରରୁ ଜଣାପଡିଛି ଯେ ଚୀନ ଭାରତ ବିରୁଦ୍ଧରେ ଅନ୍ତରୀଣ ବିଦ୍ରୋହ ଆରମ୍ଭ କରିପାରେ l ଏହି ଖବରକାଗଜ ପୃଷ୍ଠାରେ ଲେଖା ଯାଇଛି ଯେ ଯଦି ଭାରତ ତାଇୱାନ ସହିତ ସମ୍ପର୍କ ଭଲ ରଖିଲା ତେବେ ଚୀନ ମଧ୍ୟ ଭାରତ ବିରୁଦ୍ଧରେ ପଦକ୍ଷେପ ଉଠାଇବ l ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ପୃଷ୍ଠାରେ ଚେଁଗୁଡ଼ୁ ଇନ୍ଷ୍ଟିଚ୍ୟୁଟ ଅଫ ୱାର୍ଲଡ ଆଫେୟାର୍ସ ର ପ୍ରେସିଡେଣ୍ଟ ଜିଙ୍ଗଚୂନ କହିଛନ୍ତି ଯେ “ଏପରି ଲାଗୁଛି ଚୀନ ଓ ଭାରତ ମଧ୍ୟରେ ସୀମା ପରିସ୍ଥିତିକୁ ନେଇ ଭାରତ ତାଇୱାନ ସହିତ ସମ୍ପର୍କ ସୁଦୃଢ କରିବା ଠିକ ନୁହେଁ ” l
ଖବରକାଗଜରେ ଲେଖା ଯାଇଛି ଯେ ଭାରତ ବର୍ତମାନ ପର୍ଯ୍ୟନ୍ତ ଚୀନର ସମସ୍ତ ନୀତିକୁ ମାନି ସୌହାର୍ଦ୍ୟ ପୁର୍ଣ ଭାବରେ ଚାଲୁଥିଲା ,ସେଥିପାଇଁ ଚୀନ ଭାରତର ବିଛିନ୍ନତାବାଦୀ ନେତା ମାନଙ୍କୁ ସମର୍ଥନ ଦେଉ ନଥିଲା l ଯଦି ଭାରତ ଟାଇବାଙ୍କୁ ସମର୍ଥନ ଦେବ ତେବେ ଚୀନ ଭାରତରେ ବିଦ୍ରୋହ ଆରମ୍ଭ କରାଇ ଦେବ l ଭାରତର ଉତ୍ତର ପୂର୍ବ ଭାଗରେ ତ୍ରିପୁରା ,ମେଘାଳୟ ,ମିଜୋରାମ,ମଣିପୁର,, ଆସାମ ଓ ନାଗଲ୍ୟାଣ୍ଡ ରେ ବିଛିନ୍ନତାବାଦୀ ନେତା ମାନଙ୍କୁ ଚୀନ ସମର୍ଥନ କରିବ l ଆହୁରି ମଧ୍ୟ ଲେଖାଯାଇଛି ଯେ ଏହି ଅଞ୍ଚଳର ଲୋକମାନେ ନିଜକୁ ଭାରତୀୟ ବୋଲି ଗ୍ରହଣ କରନ୍ତି ନାହିଁ l
ଚୀନର ଏହି ଖବରକାଗଜରେ କୁହାଯାଇଛି ଯେ ତାଇୱାନ କାର୍ଡ ଖେଳି ଭାରତ ନିଜରହିଁ କ୍ଷତି କରୁଛି l ଜିଙ୍ଗଚୂନ କହିଛନ୍ତି ଯେ ଯଦି ଭାରତରେ ବିଛିନ୍ନତାବାଦୀ ମାନଙ୍କୁ ଚୀନ୍ ର ସମର୍ଥନ ମିଳିବ ତେବେ ସେମାନେ ବିଦ୍ରୋହ କରିବାକୁ ପଛାଇବେ ନାହିଁ l କିନ୍ତୁ ଭାରତ ଏହି ସବୁ କଥାକୁ ଡରିବା ଦେଶ ନୁହେଁ ସିଏ ମଧ୍ୟ ଏହାର କଡା ଜବାବ ଦେବାକୁ ପଛାଇ ନାହିଁ l ଭାରତ କହିଛି ଚୀନ ନିଜର ଦେଶକୁ ସମ୍ଭାଳୁ ପରେ ଭାରତରେ ଅଶାନ୍ତି ସୃଷ୍ଟି କରିବ l
