ଫୁଲନଖରା : କମୁ୍ୟନିଷ୍ଟ ଚୀନର ଭାରତ ବିରୋଧି ଆଭିମୁଖ୍ୟ ଏବଂ ସୀମାନ୍ତରେ ଯୁଦ୍ଧ ଓ ଅସ୍ଥିରତା ସୃଷ୍ଟି ପାଇଁ ଅହରହ ଉଦ୍ୟମ ଚଳାଇଥିବା ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ ସ୍ୱରୂପ ସେଠାକାର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପି ସମବାୟ ସେଲ ଅବିଭକ୍ତ କଟକ ଜିଲା ସଂଯୋଜକ ବିଜୟକୁମାର ରାଉତରାୟ, ନିଆଳି ସଂଯୋଜକ ବନ୍ଧୁଚରଣ ସାହୁ, ସଦର ସଂଯୋଜକ କ୍ଷୀରୋଦ ଦଳାଇ, ଜିଲା ସଂଯୋଜକ ବିପିନ ପଣ୍ଡା, ମହିଳା ମୋର୍ଚ୍ଚା ସଦସ୍ୟା ପ୍ରତିଭା ଶତପଥି, ସମବାୟବିତ କେଦାରନାଥ ଜେନା, ପୀୟୁଷ ପରିଡ଼ା, କାଳନ୍ଦି ପ୍ରଧାନ, ହୃଦାନନ୍ଦ ହୋତା, ଅଜୟ ମୁଦୁଲି, ଅହଲ୍ୟା ଜେନା, ପ୍ରମିଳା ସାମଲ, ହରିହର ସାହୁ, ପ୍ରଫୁଲ୍ଲ ପରିଡ଼ା, କୃଷ୍ଣଚନ୍ଦ୍ର ମଲିକ, ବାରଙ୍ଗ ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ଗୁରୁଚରଣ ସ୍ୱାଇଁ, ବବୁଲ ବେହେରା, ସରୋଜ ବେହେରା, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ସଦସ୍ୟମାନେ ବାରଙ୍ଗ ବ୍ଲକ ଅଧିନ ଖଲର୍ଦ୍ଦା-କୂଳସରିଚୁଆଁ ବିଜୁ ସେତୁ ନିକଟରେ ଏକତ୍ର ହୋଇ ଚୀନ ବିରୋଧି ନାରା ଦେବା ସହିତ ଜିନପିଙ୍ଗଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ ।