ନୂଆଦିଲ୍ଲୀ : ଲଦଖର ଗଲୱାନ୍ ଘାଟିରେ ଗତବର୍ଷ ଜୁନ ମାସରେ ଭାରତ ସହିତ ହୋଇଥିବା ଉତେଜନାରେ ପ୍ରାଣ ହରାଇଥିବା ନିଜର ସୈନିକ ମାନଙ୍କର ସଂଖ୍ୟାକୁ ନେ ଚୀନ୍ ଫସି ଯାଇଛି। ଗଲୱାନ ଘାଟିରେ ନିଜର ମୂତକ ସୈନିକ ମାନଙ୍କ ସଂଖ୍ୟାକୁ ଚୀନ୍ ପୂର୍ବରୁ କମ୍ କହିଥିଲା,ବର୍ତ୍ତମାନ ଚୀନର ଜଣେ ବ୍ଲଗରଙ୍କୁ ହାଜତକୁ ପଠା ଯାଇଛି । କାରଣ ସେ ଭାରତ ଚୀନ୍ ଉତେଜନାରେ ସବୁଠୁ ଅଧିକ ଚୀନର ସୈନ୍ୟ ମୃତ୍ୟୁ ବରଣ କରିଥିଲେ ବୋଲି କହିଛନ୍ତି ।
ମିଳିଥିବା ଗୋଟିଏ ସୂଚନା ଅନୁସାରେ ଚୀନର ଲୋକପ୍ରିୟ ବ୍ଲଗର କିୟୁଜୀମିଂଙ୍କୁ ସହିଦ ମାନଙ୍କର ଅପମାନ କରିବା କରଣକୁ ନେଇ ଜେଲ୍ ପଠାଇ ଦିଆଯାଇଛି । ଚୀନର ପୂର୍ବ ସହର ନାନଜୀଙ୍ଗର ଗୋଟିଏ ଅଦାଲତ ମଙ୍ଗଳବାର ଦିନ ୮ ମାସ ପାଇଁ ଉକ୍ତ ବ୍ଲଗରଙ୍କୁ ସଯା ଶୁଣାଇଛନ୍ତି ।ତାଙ୍କର ୨୫ ଲକ୍ଷରୁବି ଅଧିକ ଫାଲୋର ଅଛନ୍ତି । ସହିଦ ମାନଙ୍କ ମାନହାନି ଉପରେ ଜେଲ୍ ଯାଇଥିବା ପ୍ରଥମ ବ୍ୟକ୍ତି ଏହି ବ୍ଲଗର ଅଟନ୍ତି । ଗଲୱାନ ଘଟିର ଘଟଣାର ଅନେକ ମାସ ପରେ ଚଳିତ ବର୍ଷ ଫେବୁଆରି ମାସରେ ଚୀନ୍ ତଥ୍ୟ ପ୍ରଦାନ କରିଥିଲା ଯେ ଭାରତୀୟ ସୈନିକ ମାନଙ୍କ ସଂଘର୍ଷରେ ତାର ୪ଟି ସୈନ୍ୟ ସହିଦ ହୋଇଛନ୍ତି । ଏହି ସୈନ୍ୟ ମାନଙ୍କୁ ସୀମାର ସଜାଗ ପ୍ରହରୀ ଭାବରେ ସମ୍ମାନିତ କରାଯାଇଥିଲା ।
ଭାରତ ଓ ଚୀନ୍ ମଧ୍ୟରେ ଅନେକ ବର୍ଷରୁ ଏହି ରକ୍ତାକ୍ତ ସଂଘର୍ଷ ମିଳିଥିଲା । ଏହି ସଂଗର୍ଷରେ ଭାରତର ୨୦ ଜଣ ଯବାନ ସହୀଦ ହୋଇଥିଲେ ।ଉକ୍ତ ବ୍ଲଗର ସାମାଜିକ ଗଣମାଧ୍ୟମ ପୋଷ୍ଟର କହିଥିଲେ ଯେ ଗଲୱାନ ଘାଟିରେ ଚୀନ୍ ସୈନ୍ୟଙ୍କ ଯେଉଁ ସଂଖ୍ୟା କୁହାଯାଉଛି ତା ଠାରୁ ଅଧିକ ସୈନ୍ୟ ସହିଦ ହୋଇଛନ୍ତି । ତା ସହିତ ସେ ଏହା ମଧ୍ୟ କହିଛନ୍ତି ,ଏହି ଉତେଜନାରେ କମାଣ୍ଡୀଙ୍ଗ ଅଫିସର କେବଳ ଏଥିପାଇଁ ରକ୍ଷା ପାଇଗଲେ କାରଣ ସେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ । ତାଙ୍କର ଏହି ଟିପଣି ଚୀନ୍ ଅଧିକାରୀ ମାନଙ୍କୁ ବଦଳାଇବା ଭଳି କାମ କରିଥିଲା । ଅଦାଲତ ତାଙ୍କ ନିଷ୍ପତିରେ କହିଛନ୍ତି ବିର ଓ ସହିଦ ମାନଙ୍କର ପ୍ରତିଷ୍ଠାକୁ ଦୁଃଖ ଦେଇଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ।

Comments are closed.