Odisha news

ପଳାତକ ମେହୁଲ୍ ଚୌକସି ବିଷୟରେ ବାହାରିଲା ନୂଆ ତଥ୍ୟ, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ : ପଞ୍ଜାବ ନେସନାଲ ବ୍ୟାଙ୍କ ର ଘୋଟାଲା କାରବାରରେ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୌକସି ଆଣ୍ଟି ଗୁଆ ରୁ କିପରି ଡୋମିନିକା ଗଲେ ଓ କିଭଳି ଭାବରେ ଧରା ପଡିଲେ ,ଏହାର ତଥ୍ୟ ବର୍ତମାନ ସୁଦ୍ଧା ଠିକ ଭାବରେ ଜଣା ପଡୁନାହିଁ l ଏଣ୍ଟି ଗୁଆ ପୋଲିସ ପକ୍ଷରୁ କୁହାଯାଇଛି ଯେ ସେ ନିଜେ ଡୋମିନିକା ଯାଇଥିଲେ ,କିନ୍ତୁ ମେହୁଲ୍ ଚୌକସି ର ଓକିଲ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଫସେଇ ଦିଆଯାଇଛି l ପୂର୍ବରୁ କୁହାଯାଇଥିଲା ଯେ ମେହୁଲ୍ ଚୌକସି ଜଣେ ମହିଳାଙ୍କ ସହିତ ଡୋମିନିକା ରେ ପହଞ୍ଚି ଥିଲେ l କିନ୍ତୁ ବର୍ତମାନ ଗୋଟିଏ ଗଣମାଧ୍ୟମ ତଥ୍ୟ ଆଧାରରେ କୁହାଯାଇଛି ଯେ ସେହି ମହିଳା ଜଣଙ୍କ ତାଙ୍କର ପ୍ରେମିକା ନଥିଲେ l ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ମେହୁଲ୍ ଚୌକସି ଙ୍କ ଗିରଫ ହେବା ପଛରେ ଏହି ମହିଳାଙ୍କର ବଡ଼ ହାତ ରହିଛି l

ବିଶେଷ ସୂତ୍ରରୁ ଜଣା ପଡିଛି ଯେ ସେହି ମହିଳା ଜଣଙ୍କ ଏଣ୍ଟିଗୁଆ ରେ ରହୁଥିଲେ , ସକାଳ ଓ ସନ୍ଧ୍ୟା ଭ୍ରମଣ ସମୟରେ ତାଙ୍କର ମେହୁଲ୍ ଚୌକସି ଙ୍କ ସହିତ ସାକ୍ଷାତ କରୁଥିଲେ l ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା , ମଇ ୨୩ ତାରିଖ ଦିନ ମହିଳା ଜଣଙ୍କ ମେହୁଲ୍ ଚୌକସିଙ୍କୁ ଗୋଟିଏ ଆପାର୍ଟମେଣ୍ଟ କୁ ସାକ୍ଷାତ କରିବା ପାଇଁ ଡାକିଥିଲେ l ଯେତେବେଳେ ସେଠାରେ ସେ ସାକ୍ଷାତ କରିବାକୁ ପହଞ୍ଚି ଥିଲେ ତାଙ୍କୁ କିଛି ଲୋକ ଅପହରଣ କରି ଡୋମିନିକା ନେଇ ଯାଇଥିଲେ ,ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା l

ରବିବାର ଦିନ ଏଣ୍ଟିଗୁଆ ର ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମେହୁଲ୍ ଚୌକସି ତାଙ୍କ ବାନ୍ଧବୀଙ୍କ ସହ ଦେଖା କରିବାକୁ ଯାଇ ଗିରଫ ହୋଇଥିଲେ , ତା ସହିତ ସେ ଡୋମିନିକା ସରକାରଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ସିଧା ସଳଖ ଭାରତକୁ ହସ୍ତାନ୍ତର କରାଯାଉ l ସୋମବାର ଦିନ ମେହୁଲ୍ ଚୌକସି ଙ୍କୁ ଗୋଟିଏ ଡାକ୍ତରଖାନା ଭର୍ତି କରାଯାଇଛି l
– ମେହୁଲ୍ ଚୌକସି ୧୩ ,୫୦୦ କୋଟି ଟଙ୍କାର ଘୋଟଲା କରିଥିବାର ଆରୋପ ଲଗାଯାଇଛି l
– ମେହୁଲ୍ ଚୌକସି ମଇ ୫ ତାରିଖ ୧୯୫୯ ମୁମ୍ବାଇ ରେ ଜନ୍ମ ନେଇଥିଲେ l
– ୨୦୧୭ ରେ ଏଣ୍ଟିଗୁଆ ର ନାଗରିକତ୍ବ ଗ୍ରହଣ କରିଥିଲେ
– ସେ ଜି . ଡି . ମୋଦି କଲେଜ ରୁ ଶିକ୍ଷା ପ୍ରାପ୍ତ କରିଥିଲେ l
– ମେହୁଲ୍ ଚୌକସି ଆଉଜଣେ ପଳାତକ ନିରବ ମୋଦିର ମାମୁଁ ଅଟେ l
– ତାର ଦୁଇଟି ଝିଅ ଓ ଗୋଟିଏ ପୁଅ ,ତାର ଝିଅ ୨୦୧୦ ରେ ଏଣ୍ଟବର୍ପ ସ୍ଥିତ ଗୋଟିଏ ହୀରା ବ୍ୟବସାୟୀକୁ ବିଭାହ କରିଛି l
– ମେହୁଲ୍ ଚୌକସି ୧୯୭୫ ରେ ରତ୍ନ ଓ ଆଭୂଷଣ କ୍ଷେତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଓ ୧୯୮୫ ରେ ନିଜ ପିତାଙ୍କ ନିକଟରୁ ଗୀତାଞ୍ଜଳି ଜେମ୍ସ ର ନେତୃତ୍ୱ ନେଇଥିଲା l

ବ୍ୟାଙ୍କ ର ଦୁଇଜଣଙ୍କ କର୍ମଚାରୀଙ୍କ ସହଯୋଗ ରେ ଏପରି ଘଟାଇ ଥିବାର ସନ୍ଦେହ ପ୍ରକାଶ କରାଯାଇଥିଲା l କଥିତ ଭାବରେ ୧ . ୮ ଆରବ ଡଲାର ର ଧୋଖା ଧଡ଼ି ମାମଲା ଲାଗିଛି l PNB ର ୬ ଜଣ କର୍ମଚାରୀ ଓ ଚୌକସୀ ଓ ନିରବଙ୍କ ର ୬ ଜଣ କର୍ମଚାରୀ ବର୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି l ୨୦୧୮ ମଇ ୬ ତାରିଖ ରେ CBI ଗୀତାଞ୍ଜଳି ଗୃପ ଅଫ କମ୍ପାନିଜ ର ଅଧକ୍ଷ ଓ ଚୌକଷୀଙ୍କ ମୁଖ୍ୟ ସହଯୋଗୀ ବିପୁଳ ଚିତାଲିୟା ଙ୍କୁ ଗିରଫ କରିଥିଲେ l
– ଜାନୁଆରୀ ୭ ତାରିଖ ୨୦୧୮ ରେ ମେହୁଲ୍ ଚୌକସି ଭାରତ ଛାଡିଥିଲେ ,କିଛିଦିନ ପରେ PNB ଘୋଟଲା ବିଷୟରେ ଘୋଷଣା ହେଲା l ଜାନୁଆରୀ ୧୫ ତାରିଖ ୨୦୧୮ ରେ ଏଣ୍ଟିଗୁଆ ଓ ବରବୁଡ଼ା ର ନାଗରିକତାର ଶପଥ ନେଲେ l ଯେଉଁଠାରେ ସେ ୨୦୧୭ ରୁ ନାଗରିକତା ପାଇଁ ଆବେଦନ କରିଥିଲେ l

Nalco

Comments are closed.