ନୂଆଦିଲ୍ଲୀ : ସ୍ପେନ୍ ରେ ଗୋଟିଏ ଛାତ୍ର ସ୍କର୍ଟ୍ ପିନ୍ଧିବା ପରେ ତାକୁ ସ୍କୁଲରୁ ବାହାର କରିଦିଆ ଯାଇଥିଲା । ଏହାପରେ ଏହି ଦେଶରେ ଗୋଟିଏ ଆନ୍ଦୋଳନ ଦେଖା ଦେଇଛି । ଏହି ଆନ୍ଦୋଳନର ନାମ ହେଉଛି ପୋଷାକର କୌଣସି ଲିଙ୍ଗ ନଥାଏ। ଏହି ଛାତ୍ରଟିର ସମର୍ଥନ ପାଇଁ ଅନେକ ସ୍କୁଲର ଶିକ୍ଷକ ମାନେ ସ୍କର୍ଟ୍ ପିନ୍ଧି ସ୍କୁଲକୁ ଯିବାଆସିବା କରୁଛନ୍ତି । ନିକଟରେ ଜଣେ ୩୭ ବର୍ଷୀୟ ଶିକ୍ଷକ ଓ ଆଉଜଣେ ୩୬ ବର୍ଷୀୟ ଶିକ୍ଷକ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିଛନ୍ତି । ରୂଢି ବାଦି ଲିଙ୍ଗ ମାନଦଣ୍ଡ ସହିତ ଲଢ଼ିବା ପାଇଁ ଶିକ୍ଷକ ମାନେ ସ୍କର୍ଟ୍ ପିନ୍ଧୁଛନ୍ତି । ଉଭୟ ଶିକ୍ଷକ ଯେଉଁ ସ୍କୁଲରେ ପଢ଼ାଉଛନ୍ତି ସେହି ସ୍କୁଲର ଗୋଟିଏ ଛାତ୍ରର ସାର୍ଟକୁ ଦେଖି ତାକୁ ସମଲିଙ୍ଗି କହି ଲଜ୍ଜିତ କରାଯାଇଥିଲା ।

Comments are closed.