Odisha news

ଚିକିଟି ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଓ ନାରୀ ଶିକ୍ଷା ସଚେତନତା ରାଲି

0
ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ଓ ନାରୀ ଶିକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପତାକା ଦେଖାଇ ରାଲିର ଶୁଭାରମ୍ଭ କଲେ। ଚିକିଟି ମହାବିଦ୍ୟାଳୟର ୧୧୮ ଓ ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୫ ଜଣ ଛାତ୍ରଛାତ୍ରୀ ଏହି ରାଲିରେ ଭାଗ ନେଇ ନଗର ପରିଭ୍ରମଣ କରିବା ସହ ସ୍ଲୋଗାନ ଏବଂ ଲିଫ୍ଲେଟ ବିତରଣ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଭବାନୀ ପ୍ରସାଦ ପଣ୍ଡା ରାଲିରେ ସକ୍ରିୟ ରହି ଛାତ୍ରଛାତ୍ରୀମାନକୁ ଉତ୍ସାହିତ କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶ୍ରୀ ସୁନିଲ କୁମାର ପଣ୍ଡା ରାଲିକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଏଥିରେ ସହଯୋଗ କରିଥିଲେ।
Nalco
Leave A Reply