Odisha news

ମୟୂରଭଞ୍ଜ କୋଭିଡ୍-୧୯ ହସ୍ପିଟାଲକୁ ପରିଦର୍ଶନ କଲେ ମୁଖ୍ୟଶାସନ ସଚିବ ଓ ୫ଟି ସଚିବ

0

ବାରିପଦା  : ବୁଧୁବାର ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ନିଟକସ୍ଥ ବାଙ୍କିଶୋଳ ସ୍ଥିତ ଆଦାନି କିସ୍ କ୍ୟାମ୍ପସ ପରିସରରେ କୋଭିଡ-୧୯ ହସ୍ପିଟାଲ ଲୋକାର୍ପିତ ହୋଇଥିଲା । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଗୁରୁବାର ଏକ ହେଲିକ୍ଟପର ଯୋଗେ ମୁଖ୍ୟଶାସନ ସଚିବ ଅସିତ୍ ତ୍ରୀପାଠୀ ଓ ୫ଟି ସଚିବ ଭି.କେ ପାଣ୍ଡିଆନ ବାଙ୍କିଶୋଳ ଠାରେ ପହଞ୍ଚି କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ । ୨୦୦ ଶର୍ଯ୍ୟା ବିଶିଷ୍ଟ ଓ ୨୦ଟି ଶର୍ଯ୍ୟା ବିଶିଷ୍ଟ ଆଇସିୟୁକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ଯଦି କୌଣସି କରୋନା ପଜଟିଭି ଆସିଲେ କିପରି ସଙ୍ଗେ ସଙ୍ଗେ ମୁକାବିଲା ହୋଇପାରିବ ଏନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସିଡିଏମଓ ଡାଃ ରୁପଭାନୁ ମିଶ୍ର ଓ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ପ୍ରମୁଖଙ୍କ ସହ ପଙ୍ଖାନୁପଙ୍ଖ ଭାବେ ଆଲୋଚନା କରିଥିଲେ । ଅପରପକ୍ଷରେ କିମ୍ସି ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏମଓୟୁ ସ୍ୱାକ୍ଷାରତ ହେବାର ସପ୍ତାହକ ମଧ୍ୟରେ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବାରୁ ମୁଖ୍ୟଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିଥିଲେ । ଏହି ହସ୍ପିଟାଲ ପରିଦର୍ଶନ କରିବାପରେ ସଚିବ ଦ୍ୱୟ ହେଲିକ୍ଟପର ଯୋଗେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଅନ୍ୟପକ୍ଷରେ ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave A Reply