ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ମୁକାବିଲା ନେଇ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ବୟସ୍କମାନଙ୍କୁ ମଧ୍ୟ ପ୍ରଭାବିତ କରିବା ସହ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । ସେହିଭଳି ଏହି ଛୋଟ ଝିଅ ସଚେତନ ବାର୍ତା ମଧ୍ୟ ଅନେକ ଲୋକଙ୍କୁ ସଚେତନ ଓ ସତର୍କ କରିବ ବୋଲି ଆଶା କରାଯାଉଛି । ସୂଚନା ଯୋଗ୍ୟ, କରୋନାରୁ ବର୍ତିବା ପାଇଁ ଘରେ ରହିବାକୁ ବାରମ୍ବାର ପରାମର୍ଶ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କି ଅଯଥାରେ ଘରୁ ବାହାରିବେନି ବୋଲି ନିଜ ପିଲା ଛୁଆଙ୍କ ନାଁରେ ଶପଥ କରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ୧୦୪ ନମ୍ବରକୁ କଲ୍ କରି ନିଜ ନାମ ପଞ୍ଜୀକରଣ କରିବା ସହ କ୍ୱାରେଂଟାଇନରେ ରହିବାକୁ ବିଦେଶ ଫେରନ୍ତାଙ୍କୁ ନିବେଦନ କରିଥିଲେ ନବୀନ । ।ାପ୍ରଭାନୁ୍ୟଜାା ଭୁବନେଶ୍ୱର, ୧୫ା୪ : କରୋନା ଯୁଦ୍ଧର କୁନି ସିପାହୀ । କୁନି ଝିଅକୁ ଘାରିଛି ମହାମାରୀ କରୋନା ଚିନ୍ତା । ସେଥିପାଇଁ କରୋନା ସମ୍ପର୍କରେ ଲୋକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସଚେତନ କରୁଛି କୁନି ଝିଅ ରୁହି । କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତାରେ ନିଜେ ଅନୁପ୍ରାଣିତ ହେବା ପରେ ଏବେ ଅନ୍ୟକୁ ମାନିବାକୁ ଅପିଲ୍ କରୁଛି ଝିଅ । ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଓ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଯେଉଁ ମାନେ ସଚେତନ ହେଉନାହାନ୍ତି, ସତର୍କ ହେଉନାହାନ୍ତି କଟକଣା ସତ୍ୱେ ଘରୁ ବାହାରକୁ ବାହାରୁଛନ୍ତି ସେମାନେ ଏହି କୁନି ଝିଅଠାରୁ ଶିଖନ୍ତୁ ବୋଲି କିଛି ଲୋକେ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି । ପୂର୍ବରୁ ବହୁ ଥର ଛୋଟ