Odisha news

ଗର୍ଭବତୀଙ୍କୁ ସହାୟ ହୋଇଛି ଅଲିଶା ଏନଜିଓ

0

ରାୟଗଡା,୧୬ ।୪(Rabindra patkhandal)- ଲକ ଡାଉନ ଯୋଗୁଁଁ ଗାଡି ଚଳାଚଳ ବନ୍ଦ ରହିଥିବାରୁ ରାୟଗଡା ସଦର ବ୍ଲକରେ ଥିବା ୯ ଜଣ ଗର୍ଭବତୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଆନୁକୁଲ୍ୟରେ ପରିଚାଳିତ ହେଉଥିବା ଏନଜିଓ ଅଲିଶା ଗର୍ଭବତୀ ମାନଙ୍କୁ ମା ଗୃହରେ ରଖିଛି । ଯେଉଁ ଗର୍ଭବତୀ ମହିଳା ମାନଙ୍କ ସ୍ଥିତି ସଂଙ୍କଟାପନ୍ନ ଥିଲା ସେମାନଙ୍କୁ ଏହି ମା ଗୃହରେ ରଖା ଯାଇ ସେମାନଙ୍କୁ ଆବଶ୍ୟକୀୟ ଯତ୍ନ ନିଆଯାଉଛି । ଏଥି ସହ କରୋନା ମହାମାରୀରୁ ନିଜକୁ କିପରି ସୁରକ୍ଷିତ ରଖିପାରିବ ସେ ନେଇ ସଚେତନା ମଧ୍ୟ କରାଯାଉଛି । ମା ଗୃହରେ ଥିବା ସମସ୍ତ ଗର୍ଭବତୀ ମାନଙ୍କ ଯତ୍ନ ନେବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏଥି ସହ ପ୍ରସବ ପରେ ଯେପରି ଖାଇବାରେ କୌଣସି ଅସୁବିଧା ନ ହେବ ସେଥି ନିମନ୍ତେ ଅଲିଶା ତରଫରୁ ସମସ୍ତ ଗର୍ଭବତୀ ମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯିବା ବୋଲି ଅଲିଶାର ପରିଚାଳକ ପ୍ରକାଶ କରିଛନ୍ତି ।

Leave A Reply