Odisha news

ପୁଲିସ ପେଟ୍ରେଲିଙ୍ଗ କରୁଥିବା ବେଳେ ମଦମାଫିଆ ପୁଲିସକୁ ମାଡ ମାରିବା ଘଟଣାରେ ୨୭ ଗିରଫ

0

ଆର,ଉଦୟଗିରି :  ସାରା ଭାରତରେ ଲକ ଡାଉନ ଚାଲିଥିବା ବେଳେ  ବୁଧବାର ଦିନ ଅଡବା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ପୁଲିସ ଉପରକୁ ଆକ୍ରମଣ ଘଟଣାରେ ଗୁରୁବାର ଗଜପତି ପୁଲିସ ଓ ଅବକାରୀ ବିଭାଗକୁ ବଡ ସଫଳତା ମିଳୁଛି । ଆଜି ସକାଳ ମୋହନା ଓ ଅଡବା ପୁଲିସ ମିଳିତ ଚଢାଉ କରି ମଦ ମାଫିଆମାନେ ପୁଲିସକୁ ଆକ୍ରମଣ  କରିଥିବା ଲୋକଙ୍କୁ ଧରିବା ପାଇଁ କଳ ବଳ କୌଶଳ ଲଗାଇ ସେଥିରୁ  ୨୭ ଜଣଙ୍କୁ ଗରଫ କରିଛି ସେଥି ମଧ୍ୟରୁ ୬ ଜଣ ମହିଳା ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକ ଫେରାର ଅଛି । ସେମାନଙ୍କ ନିକଟରୁ ୪୨୦ ଲିଟର ମହୁଲି ମଦ ପୋଚ ନଷ୍ଟ କରାଯାଇଛି । ତେବେ ମୁଖ୍ୟ ଆସାମୀ ବିଜୟ ନାୟକଙ୍କ ବାପା  ଜେନା ନାୟକ କହିବା ଅନୁସାରେ ବୁଧବାର ସନ୍ଧ୍ୟା ୫ଟାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଗାଡି ଯୋଗେ ବିରିକୋଟ ଗ୍ରାମକୁ ଆସିଥିଲେ ଏବଂ ଶାନ୍ତି କମିଟି କରି ସମାଧାନ କରିବାକୁ ଚେଷ୍ଟା ଚାଲିଥିବାର କହି ମୁଖ୍ୟ ଆସାମୀକୁ ବିଜୟ ନାୟକକୁ ତାଙ୍କ ଗାଡିରେ ନେଇଯାଇଲେ । ପୁଲିସକୁ ମାଡ ମାରିବା ଘଟଣାରେ ଗ୍ରାମରେ ଆଜି ପୋଲିସ ଟିମି ଯୋଜନା ମୁତାବକ ପହଞ୍ଚି ତଦନ୍ତ କରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ । ହେଲେ ବିଡମ୍ବନାର ବିସୟ ଏବେ ସାରା ଦେଶରେ ଲକ ଡାଉନ୍କୁ କଡାକଡି କରାଯାଉଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳର ବିଧାୟକଙ୍କ ଗାଡିକୁ ଏହି ସମୟରେ କିଭଳି ପାସ ମିଳିଥିଲା , ଯଦି ପାସ ମିଳିଥିଲା ଏଭଳି ବିବାଦୀୟ ପରିସ୍ଥିତିରେ ଆଇନ ସହଯୋଗ ନକରି କିଭଳି ଅଭିଯୁକ୍ତକୁ ନିଜ ଗାଡିରେ ନେବାରେ ସଫଳ ଅପରପକ୍ଷରେ ଏହି ଘଟଣାକୁ ନେଇ ବୁଦ୍ଧିଯିବି ମହଲରେ ନିନ୍ଦା ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ଆର,ଉଦୟଗିରି ଏସଡିପିଓ ଅଶୋକ କୁମାର ମାହାନ୍ତି କହିଛନ୍ତି ତଦନ୍ତ ଚାଲିଛି ସ୍ଥାନିୟ ବିଧାୟକ ଯାଇଛନ୍ତି କି ନାହିଁ ଆମ ପାଖରେ କୌଣସି ଖବର ନାହିଁ । ଯଦି ଯାଇଥିବେ କାହିର ପରିମିଶନରେ ଯାଇଛନ୍ତି ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ବୁଧବାର ଅଡବା ପୁଲିସମାନା ଲକ ଡାଉନ୍ ପାଟ୍ରୋଲିଙ୍ଗକୁ ୭ ଜଣ ପୁଲିସ ଧରି ଯାଉଥିବା ବେଳେ ବିରିକୋଟ ଗ୍ରାମରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲେ । ସେଠାରେ ଏକ ଜାରରେ ମହୁଲି ମଦ ଭତ୍ତି ହୋଇଥିବା ଦେଖି ପୁଲିସ ମଦ ଜବତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉପସ୍ଥିତ ଗ୍ରାମବାସୀ ପୁଲିସ ଗାଡି ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗାଡି ଭାଙ୍ଗିରୁଜି ସହ କିଛି କର୍ମଚାରୀ ମାନେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମିକ ଚିକିତ୍ସା କରିଥିଲେ । ଉତ୍ୟକ୍ତ ଲୋକମାନେ କିଛି ପୁଲିସ  କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ଅଡବା ଥାନା ଭାରପ୍ରାପ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଏନେ ଏକ ମାମଲା ରୁଜୁ କରିଥିଲେ ।

Leave A Reply