Odisha news

ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତା

0

ଛତ୍ରପୁର,୧୬।୯: ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ପରିସର ରେ ବ୍ଲକ ଲେଭେଲ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଜୋନସ୍ତରୀୟ ବିଦ୍ୟାଳୟ ଖେଳ ଓ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ କ୍ରୀଡା ର ଉପଯୋଗୀତା, ଶାରୀରିକ, ମାନସିକ ଓ ଭାଇଚାରା ସମ୍ପର୍କ ରେ କହିଥିଲେ, ସରକାରଙ୍କ ପକ୍ଷରୁ କ୍ରୀଡା ବିକାଶ ଦିଗ ରେ ଗୁରୁତ୍ୱ ଦେଉଛନ୍ତି , ବହୁ  କ୍ରୀଡ଼ାବିତ ମାନେ ସଫଳ ପ୍ରଦର୍ଶନ କରି  କ୍ୟାରୀୟର ଗଢ଼ିଛନ୍ତି, ଏହା ସହିତ ଜିଲ୍ଲା, ରାଜ୍ୟ ଓ ଦେଶ ନାମ ରଖିଛନ୍ତି ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା କହିଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା, ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ବିଜୟ ବେହେରା,ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ସରକାରୀ ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦ୍ୱାରିକା ନାଥ ବେହେରା ପ୍ରମୁଖ ଯୋଗଦେଇ କ୍ରୀଡା ଦ୍ୱାରା ଶରୀର ସୁସ୍ଥ ରହିବ ବୋଲି କ୍ରୀଡ଼ାବିତ ମାନଂକୁ କହିଥିଲେ, କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ପ୍ରକାଶ ପାଣିଗ୍ରାହୀ ସଭା କାର୍ଯ୍ୟ କୁ ସଂଯୋଜନା କରିଥିବା ବେଳେ ବ୍ଲକ କ୍ରୀଡା ସଂଘ ର ସମ୍ପାଦକ ସୁଜାତା ପାତ୍ର ଙ୍କ ତତ୍ବବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ ଛତ୍ରପୁର ଓ ଗଞ୍ଜାମ ବ୍ଲକ ର 14ରୁ 17ବୟସ ର 300ରୁ ଉର୍ଦ୍ଧ ବାଳକ/ବାଳିକା  ମାନେ କବାଡି, ଫୁଟବଲ, କ୍ରିକେଟ ଠାରୁ ଆରମ୍ଭ ବିଭିନ୍ନ ଖେଳ ରେ ଅଂଶ ଗ୍ରହଣ କରିଥିଲେ, ଏହି ପ୍ରତିଯୋଗିତା କୁ ଦୁଇଟି ବ୍ଲକର ବହୁ କ୍ରୀଡା ଶିକ୍ଷକ ମାନେ ପରିଚାଳନା ରେ ସହଯୋଗ କରିଥିଲେ,ଏଥିରେ ଯେଉଁ ମାନେ ଚୟନ ହୁଅନ୍ତି, ସେମାନେ ଆସନ୍ତା 25ତାରିଖ ରେ ଛତ୍ରପୁର ଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସୂଚନା ମିଳିଛି

Leave A Reply