Odisha news

ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ : ଯୋଗ ଦେଲେଲେ ଦୁଇଶହ ପ୍ରତିନିଧି।

0
ଅସ୍ତରଙ୍ଗ,,ସେପ୍ଟେମ୍ବର ୧୬ ହେଉଛି ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ । ଏହି ସଫେଇ ଦିବସ ଉପଲକ୍ଷେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଯାହାନୀଆ ବେଳାଭୂମି ରେ ଅନୁଷ୍ଠିତ ହୋଇ ଯାଇ ଅଛି  ବେଲା ଭୂମି ସଫେଇ ସହ ସଚେତନତା କାର୍ଯ୍ୟକ୍ରମ । ଗ୍ରୀନ ଲାଇଫ ରୁରାଲ ଆସୋସିଏସନ୍ ପୁରୀ,ବେଳାଭୂମି ସାହିତ୍ୟ ସଂସଦ , ଅସ୍ତରଙ୍ଗ, ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ,ବେଳାଭୂମି ସଫେଇ ର ଶୁଭ ଉଦଘାଟନ କରିଥିଲେ,କ୍ରୀଡା, ଯୁବ ସେବା,ଆଇଟି,ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା । ମହିଳା ଦଳ,ସରପଞ୍ଚ,ସମିତିସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ,ଙ୍କ ସମେତ,ବେଳାଭୂମି ସାହିତ୍ୟ ସଂସଦ ର କର୍ମ କର୍ତ୍ତା, ବନ ବିଭାଗ କର୍ମଚାରୀ,ସେଚ୍ଛା ସେବୀ ସଂଗଠନ ହିଟ୍ରିକି,ଗଣ ମାଧ୍ୟମ ପ୍ରତିନିଧି, ଆଦି ସାମିଲ ରହି ସମୁଦ୍ର ବେଳା ଭୂମିର ପ୍ରାୟ,୧୦ କିଲୋମିଟର ସଫା କରିଥିବା ବେଳେ, ବଣ ଭୋଜି ସ୍ଥଳ ମଧ୍ୟ ସଫେଇ କରା ଯାଇଥିଲା । ଏହା ପରେ, ବେଳା ଭୂମି ଓ ପରିବେଶ ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବକ୍ତା ମାନେ,ଅଲିଭ ରିଡ଼ଲେ କଇଁଚ ଙ୍କ ସୁରକ୍ଷିତ ଅଣ୍ଡା ଦାନ,ପ୍ଲାଷ୍ଟିକ ବର୍ଜନ,ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ,ଜଙ୍ଗଲରେ ନିଆଁ କୁ ବର୍ଜନ,ସହ ଜହାନିଆ ପୀଠର ବିକାଶ,ଗଙ୍ଗାଦେବି ରେ ସ୍ଥାୟୀ ଇକୋ ରିଟ୍ରିଜି, ଦେବୀ ନଦୀରେ ବୋଟିଂ ଓ ବେଳାଭୂମି ର ଉନ୍ନତି କରଣ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ଆଗେଇ ଚାଲିଛି ବୋଲି, ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ ।
ଅପର ପକ୍ଷରେ,ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ,ବେଳାଭୂମି ସଫେଇ ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି । ଏଥିରେ ବିଜୁ ଯୁବ ବାହିନୀ ଙ୍କ ସମେତ, ଅନେକ ବ୍ଲକ ସ୍ଥରିୟ କର୍ମ କର୍ତ୍ତା ଯୋଗଦାନ କରିଥିଲେ ।  ଏହି ସବୁ କାର୍ଯ୍ୟକ୍ରମ ରେ,ବେଳାଭୂମି ସାହିତ୍ୟ ସଂସଦ ର ସଂପାଦକ,ଦୁଃଶାସନ ନାୟକ, ଫରେଷ୍ଟର ,ବଳରାମ ସାହୁ,ସରପଞ୍ଚ କ୍ଷୀରୋଦ କାଣ୍ତୀ,ସମିତି ସଭ୍ୟ,ବିମ୍ବାଧର ବିଶ୍ଵାଳ,ଆରତୀ କାଂଡି,ବନ ସୁରଖ୍ୟା ସମିତିର ଚାରୁଲତା ବିଶ୍ଵାଳ,ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ, ପ୍ରମୁଖ ବହୁ ଜନତା ସାମିଲ ଥିଲା ବେଳେ,ଏହିସବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ବେଳାଭୂମି ସାହିତ୍ୟ ସଂସଦ ର ସଂଯୋଜକ ସୋଭକର ବେହେରା ।

Leave A Reply