Odisha news

ଅବସରପ୍ରାପ୍ତ କର୍ମଚାରୀ ସଂଘର ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0

ଛତ୍ରପୁର  ୨୯/୦୪: ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ* ର ଆହ୍ବାନକ୍ରମେ *୨୪ଏପ୍ରିଲରୁ ରାଜ୍ୟବ୍ୟାପୀ ପାଳନ ହେଉଥିବା ପ୍ରତିବାଦ ସପ୍ତାହ ଅଵସରରେ ଶନିବାର ଦାବୀ ପୁରଣ ପାଇଁ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଂଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଦୀର୍ଘଦିନର ଅମୀମାଂସିତ ଦାବି ଗୁଡିକ ଯଥା ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ନିର୍ଦ୍ଧରଣରେ ହୋଇଥିବା ମାରାତ୍ମକ ତ୍ରୁଟିକୁ ସଂଶୋଧନ କରିବା, ୮୦ ବର୍ଷ ବଦଳରେ ୬୫ ବର୍ଷରୁ ଅତିରିକ୍ତ ପେନସନ ପ୍ରଦାନ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ବିସ ୨୦ ବର୍ଷ କରିବା, ପି .ଜି. ପି. ଏ. ବିଭାଗକୁ ପୁନଃ ଅବସ୍ଥାପିତ କରିବା, କମ୍ୟୁଟେଶନ ଦେୟର ଅବଧି ୧୫ ବର୍ଷ ବଦଳରେ ୧୨ ବର୍ଷକୁ ହ୍ରାସ କରିବା , କରୋନା  ସମୟରେ ବନ୍ଦରଖାଯାଇଥିବା ୧୮ ମାସର ମହଙ୍ଗା ଭତ୍ତାକୁ ପ୍ରଦାନ କରିବା, ରେଳ ଯାତ୍ରାରେ ଆଗରୁ ମିଳୁଥିବା ଆର୍ଥିକ  ରିହାତିକୁ ପୁନଃ ପ୍ରଚଳନ କରିବା ଆଦି ୧୦ଦଫା ଦାବି  ନେଇ ଏକ ସ୍ମାରକପତ୍ର  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ  ଜିଲ୍ଲାପାଳଙ୍କ ଅନିପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ  ଲୀନା  କୁମାରୀ ଖେସଙ୍କୁ* ପ୍ରଦାନ କରାଯାଇଛି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ଶାଖାର ସଭାପତି ଡି.ମୋହନ ରାଓ,ସମ୍ପାଦକ ଅରୁଣ କୁମାର ବ୍ରହ୍ମା, ସହ-ସମ୍ପାଦକ ନୀଳାଞ୍ଚଳ ମିଶ୍ର,ବରିଷ୍ଠ  ସଭ୍ୟ କେ.ନନ୍ଦେଷୁ ସେନାପତି, ଏ.ସତ୍ୟ ନାରାୟଣ ଗୁପ୍ତା,  ବସନ୍ତ କୁମାର ପାତ୍ର,ବିଜୟ କୁମାର ପଣ୍ଡା, ସିଏଚ .ଅଗାଧୁ ପାତ୍ର, ଡି.ଗୁରୁମୂର୍ତି ପାତ୍ର,   ଜୟନ୍ତୀବାଳା ମିଶ୍ର, କେଶବ ଚନ୍ଦ୍ର ଗୌଡ଼, ପଞ୍ଚାନନ ଜେନା, ଗୌର ଚରଣ ସାହୁ, ଡି. ନରସିଂହଲୁ, ବି . ମୋହନ ରାଓ ,  ବିଜୟ କୁମାର ଦାସ, ବଟକୃଷ୍ଣ ମହାପାତ୍ର , ପରମାନନ୍ଦ ପାତ୍ର, ଜି ନାରାୟଣ , ସନ୍ତୋଷ କୁମାର ସାହୁ, ଛତ୍ରପୁର ଶାଖାର ଶ୍ରୀକାନ୍ତ ମିଶ୍ର,ସୋମନାଥ ସାହୁ. ଟି.କୃଷ୍ଣ ରାଓ,କିଶୋର ଚନ୍ଦ୍ର ଚୌଧୁରୀ, ସୋମନାଥ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ମିସ୍ର, ରବୀନ୍ଦ୍ରନାଥ ଦାସ, ଜଗନ୍ନାଥ ପତ୍ରରବିନ୍ଦ୍ର କୁମାର ପାଢୀ, ଦଣ୍ଡପଣି ରାଉଳ,ବିଜୟ କୁମାର ସାହୁ,ସଦାନନ୍ଦ ଗୌଡ଼ ଓ ଶତାଧିକ  ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ।।

Leave A Reply