Odisha news

ଛତ୍ରପୁର ର ଗୋଲାପ କୁମାରୀ ସାହୁ ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ରାଜ୍ୟ ସହ ସଂପାଦକ ଭାବେ ନିର୍ବାଚିତ

0

ଛତ୍ରପୁର,୧୦ା୪:ଛତ୍ରପୁର ର ଗୋଲାପ କୁମାରୀ ସାହୁ ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ରାଜ୍ୟ ସହ ସଂପାଦିକା (ମହିଳା ନେତ୍ରୀ )ଭାବେ ନିର୍ବାଚିତ   ହୋଇଛନ୍ତି, ଏନେଇ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି,ନିଖିଳ  ଉତ୍କଳ ମଧୁବୈଶ୍ୟ ସମାଜ ( କଟକ) ଆନୁକୁଲ୍ୟରେ ଛତ୍ରବଜାର ଗଣେଶଜୀଉ ମନ୍ଦିରରେ ସାମ୍ବିଧାନିକ ନିର୍ବାଚନ ସଭା  ନବନିର୍ବାଚିତ ରାଜ୍ୟ ସଭାପତି ଦେବେନ୍ଦ୍ର ନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା,ଉକ୍ତ ସଭାରେ ସାରା ଓଡିଶାର ୩୦ଟି ଜିଲ୍ଲାର ସଭାପତି, ସଂପାଦକ ଓ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ ।

ଏହି ଅବସର ରେ ଛତ୍ରପୁର ର ସୁସଂଗଠିକା,ସମାଜସେବୀ ମହିଳା ନେତ୍ରୀ   ତଥା ହାଇକୋର୍ଟ ର ଆଇନଜୀବୀ ପଦ୍ମ ଚରଣ ସାହୁ ଙ୍କ ଧର୍ମପତ୍ନୀ ଗୋଲାପ ସାହୁ     ରାଜ୍ୟ ସହ- ସଂପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସାହୁ ଗୁଡିଆ କୁଳର ଝିଅ ଓ ବୋହୁ ମାନଙ୍କ ସମସ୍ତ ପ୍ରକାର ଅସୁବିଧା ପାଇଁ ସ୍ୱତନ୍ତ୍ର ସାକ୍ଷାତ କାର ବ୍ୟବସ୍ଥା କରିବା ସହ ଓଡିଶା ରାଜ୍ୟର ସମସ୍ତ ଗ୍ରାମରେ ସରକାରଙ୍କ ବିଭିନ୍ନ ଜନହୀତକାରୀ ଯୋଜନାକୁ ଲୋକ ମାନଙ୍କୁ ଜଣେଇବା ସହ କାର୍ଯ୍ୟକାରୀ କରିବା ପାଇଁ ପ୍ରଯତ୍ନ ନେବେ ଏବଂ ସମସ୍ତ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରେଇବା ପାଇଁ ମହିଳା ଗ୍ରୁପ୍ ନିର୍ମାଣରେ ସହାୟକ ହେବେ ବୋଲି ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।ଏହି ଅବସର ରେ ନବନିର୍ବାଚିତ ରାଜ୍ୟ ସଭାନେତ୍ରୀ ସୁଷମା ସାହୁ, ସମ୍ପାଦିକା ଅପନ୍ନା ସାହୁ, ଉପସଭାପତି ହରପ୍ରିୟା ସାହୁ, କିରଣ ବାଳା ସାହୁ, ଅମ୍ରିତା ସାହୁ  ଓ ଜୟନ୍ତୀ ମାଳା ସାହୁ ପ୍ରମୁଖ ଛତ୍ରପୁର ର ଶ୍ରୀମତୀ ଗୋଲାପ କୁମାରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ

Leave A Reply