Odisha news

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଦ୍ୱିତୀୟ ଦିନରେ ; ଆଳତି ଦର୍ଶନ କରିବା ପାଇଁ ବହୁ ମହିଳା ଓ ପୁରୁଷଙ୍କ ଲାଗିଛି ଭିଡ

0

ଛତ୍ରପୁର ୧୦/୧୦ : ପବିତ୍ର କୁମାର ପୂର୍ଣ୍ଣିମା ତଥା ରବିବାର ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ଆଳତୀ ଦର୍ଶନ ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଏହାର ଦ୍ୱିତୀୟ ଦିନରେ ମାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ପ୍ରବଳ ଭିଡ ଜମାଇଥିଲେ । ସୂଚନା ଥାଉ କି, ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେଲା କରୋନା କଟକଣା ଲାଗି ମାଙ୍କ ପୂଜା ଫିକା ପଡିଥିଲା । କିନ୍ତୁ ଚଳିତ ବର୍ଷ ମାଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତିଦିନ ସକାଳେ ପଣ୍ଡିତ ଡଃ ସରୋଜ ଶତପଥି ଙ୍କ ପୌରହିତରେ ସୁର୍ଯ୍ୟପୂଜା, ଗ୍ରହପୂଜା, ଗଜଲକ୍ଷ୍ମୀଙ୍କ ଷୋଡଶପଚାର, ସନ୍ଧ୍ୟାରେ ମାଙ୍କ ୧୦୮ ଆଳତୀ, ହୋମ, ପୂଜା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, କର୍ତ୍ତା ପ୍ରଶାନ୍ତ କୁମାର ମହାରଣା ଓ ଏସ୍‌. ପ୍ରବୀଣ କୁମାର, ଉପସଭାପତି ମନୋଜ କୁମାର ସାହୁ,ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଂଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢୀ, ସନ୍ତୋଷ ଚୌଧୂରୀ, ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ସୁଦାମ ରାଉଳ, ସରୋଜ କୁମାର ସାମଲ, କେ. କମଳ କର ଓ ଭି. ରମେଶ ରାଓଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ପରିଚାଳନା କରିଛନ୍ତି ।

Nalco
Leave A Reply