Odisha news

ଓଏଏସ ରେ ୪୪ତମ ସ୍ଥାନରେ ଥିବା ତୃପ୍ତିମୟୀ ଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

0

ତାଳଚେର ତା ୧୦/୧୦ ତାଳଚେର ର ଝିଅ ଡ଼ ତୃପ୍ତିମୟୀ ପ୍ରଧାନ ଓଡିଶା ପ୍ରଶାସନିକ ସେବାରେ ୪୪ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ସମଗ୍ର ତାଳଚେର ଅଂଚଳ ରେ ଖୁସି ର ଲହରୀ ଖେଳି ଯାଇଛି । ଡ଼. ତୃପ୍ତିମୟୀ ପ୍ରଧାନ ତାଳଚେର ପୌରାଚଂଳ ୧୮ ନମ୍ବର ୱାର୍ଡ ସ୍ଥିତ ହାଣ୍ଡିଧୂଆଁ ଛକର ପୂର୍ବତନ ଶିକ୍ଷକ ସ୍ୱର୍ଗତ ସନାତନ ସାହୁଙ୍କ ନାତୁଣୀ ତଥା ସ୍ୱର୍ଗତ ଅଚଳ ପ୍ରଧାନଙ୍କ ଝିଅ ।ତାଳଚେର ପାଇଁ ଗୌରବ ଅଣିଥିବାରୁ ରବିବାର ତାଳଚେର ପୌର ମଣ୍ଡଳ ବିଜେପି ପକ୍ଷରୁ ତାଙ୍କ ହାଣ୍ଡିଧୂଆଁ ସ୍ଥିତ ବାସ ଭବନ ରେ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ,ମଣ୍ଡଳ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ରୀୟ ସେଠି, ପ୍ରାକ୍ତନ ଉପ ନଗରପାଳ ସୁ‘ଳା ପୃଷ୍ଟି, ମିଲ୍ଲୀ ପ୍ରଧାନ,ପ୍ରାକ୍ତନ କାଉନସିଲର ଶଙ୍କର୍ଷଣ ବେହେରା,କାର୍ତିକେଶ୍ୱର ସାହୁ,ଅମୁଲ୍ୟ ପ୍ରଧାନ, ପୂର୍ଣଚନ୍ଦ୍ର ବେହେରା, ରବୀନ୍ଦ୍ର ସାହୁ, ପ୍ରଦୀପ ସାହୁ, ସୁବ୍ରତ ସାହୁ, ଟୁନା ଜେନା, ରାଜେଶ କୁମାର ପୃଷ୍ଟି ଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Nalco
Leave A Reply