ଛତ୍ରପୁର ୧୮/୦୧ ; ପଞ୍ଚାୟତ ନିର୍ବାଚନ ନିମନ୍ତେ ଗତକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିଲା । ଆଜି ସେଗୁଡିକର ଯାଞ୍ଚ ହୋଇଥିଲା । ଗତକାଲି ତଥା ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ସରପଞ୍ଚ ପଦବୀ ନିମନ୍ତେ ଏସ. ସଞ୍ଜୀବ ରେଡ୍ଡି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗ୍ରାମ ପଞ୍ଚାୟତର ବହୁବିଧ ଅଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଚେଷ୍ଟା କରିବେ ବୋଲି ସଞ୍ଜୀବ ନିଜ ପ୍ରତିକ୍ରିୟାରେ କହିଛନ୍ତି ।