Odisha news

ଜାତୀୟ ରାଜପଥରେ ଗୁରୁତର ଅବସ୍ଥାରେ ପଡିଥିବା ଯୁବକଙ୍କୁ ଉଦ୍ଧାର କଲେ ହାଇୱେ ପେଟ୍ରୋଲିଂ ଗାଡିର କର୍ମଚାରୀ

0

ଛତ୍ରପୁର ୨୭/୪ : ଛତ୍ରପୁର ନିକଟ ଜାତୀୟ ରାଜପଥ ରେ ଥିବା ନାଜିର ପେଟ୍ରୋଲ ପମ୍ପ ନିକଟରେ ପଡିଥିବା ଜଣେ ଗୁରୁତର ଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ହାଇୱେ ପେଟ୍ରୋଲିଂ ଗାଡିର କର୍ମଚାରୀ ମାନେ । ଆହାତ ଜଣକ ଅସିମ ଆଲୋକ ସ୍ୱାଇଁ (୩୩) ବୋଲି ତାଙ୍କ ପାଖରେ ଥିବା ପରିଚୟ ପତ୍ର ରୁ ଜଣାପଡିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସକାଳ ପ୍ରାୟ ୯ଟା ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ନାଜିର ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ କୈାଣସି କାରଣବସତଃ ବାଇକ ଧାରୀ ଜଣକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣଙ୍କୁ ଅଚେତ ଅବସ୍ଥାରେ ହାଇୱେ ପେଟ୍ରୋଲିଂ ଗାଡି ର କର୍ମଚାରୀ ମାନେ ଉଦ୍ଧାର କରି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

Ad2
Leave A Reply