Odisha news

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଅଟୋ ବାୟୋକ୍ୟାଷ୍ଟ୍ରେି ଲ୍ୟାବ ର ଶୁଭାରମ୍ଭ

0
ଛତ୍ରପୁର ୪/୧୧ : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରଥମ ଥର ପାଇଁ ବୁଧୁବାର ଅଟୋ ବାୟୋକ୍ୟାମେଷ୍ଟ୍ରେି ଟେଷ୍ଟିଂ ଲ୍ୟାବ୍ ର ଶୁଭାରମ୍ଭ ହୋଇଛି ।
ଛତ୍ରପୁର ଉପଖଣ୍ଡ ମେଡିକାଲ ର ଅଧୀକ୍ଷକ ଡକ୍ଟର କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଉକ୍ତ ଲ୍ୟାବ୍ ରେ ବ୍ଲଡ ସୁଗାର,କିଡନୀ ଟେଷ୍ଟ,ଲିଭର ଟେଷ୍ଟ,ୟୁରିଆ,ଲିପିଡ୍ ପ୍ରୋଫାଇଲ ଟେଷ୍ଟ ଭଳି ବିଭିନ୍ନ ରାସାୟନିକ ସମଦ୍ଧୀୟ ପରୀକ୍ଷା ହୋଇପାରିବ ବୋଲି ଅଧୀକ୍ଷକ ଡକ୍ଟର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
ଏହି ଲ୍ୟାବ୍ ଦ୍ୱାରା ବହୁ ରୋଗୀ ଉପକୃତ ହୋଇପାରିବେ । ଏହି ଅଟୋ ବାୟୋକ୍ୟାମେଷ୍ଟ୍ରେି ଟେଷ୍ଟିଂ ଲ୍ୟାବ୍ ଉଦଘାଟନୀ ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଫାର୍ମାାଷିଷ୍ଟ ନବୀନ ମହାପାତ୍ର,ଚିକିତ୍ସାଳୟ ପରିଚାଳକ ସନ୍ତୋଷ ପଣ୍ଡା,ଲେବ୍ରୋଟାରୀ ଟେକ୍ନିସିଆନ ପ୍ରଫୁଲ୍ଲ ବେହେରା, ଟେକ୍ନିସିଆନ ଇପସିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply