Odisha news

ନିଯୁକ୍ତି ଦିଅ ଲୁହାପଥର ନିଅ ଦାବିରେ ଭଞ୍ଜସେନା ପକ୍ଷରୁ ଡିସେମ୍ବର ୧୦ତାରିଖରେ ୨୪ଘଣ୍ଟିଆ ଲୁହାପଥର ରପ୍ତାନିକୁ ବିରୋଧ କରାଯିବ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନା ପକ୍ଷରୁ ରାଇରଙ୍ଗପୁର କୁଡୁମୀ ଭବନଠାରେ “ନିଯୁକ୍ତି ଦିଅ-ଲୁହାପଥର ନିଅ” ଶୀର୍ଷକ ବିଷୟବସ୍ତୁକୁ ନେଇ ବହୁ ବୁଦ୍ଧିଜୀବି, ସାମାଜସେବୀ ଓ ଯୁବଛାତ୍ରମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ମହାମାରୀ ସମୟରେ ମୟୂରଭଞ୍ଜ ଜିଲ୍ଲାର ବହୁ ଯୁବକଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଥିବାବେଳେ ଜିଲ୍ଲାରେ ବହୁ ପରିମାଣର ଲୁହାପଥର ବାହାର ରାଜ୍ୟକୁ ରପ୍ତାନି ହେଉଛି । ତେବେ କାହିଁକି ଜିଲ୍ଲାରେ ଲୁହାପଥର ଶିଳ୍ପପ୍ରତିଷ୍ଠା କରି ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ।

ଶ୍ରୀଜେନାଙ୍କ ଏହି ଉକ୍ତିକୁ ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସମର୍ଥନ କରାଯିବା ସହ ବାରମ୍ବାର ସରକାରଙ୍କୁ ଅବଗତ ଓ ଚେତାବନୀ ଦେବା ସର୍ତ୍ତେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଉକ୍ତ ଆଲୋଚନାଚକ୍ରରେ ସର୍ବସମ୍ମତି କ୍ରମେ ଆସନ୍ତା ଡିସେମ୍ବର ୧୦ତାରିଖ ବିଶ୍ୱ ମାନବଧିକାର ଦିବସ ଦିନ ୨୪ଘଣ୍ଟିଆ ଯଥା ୧୦ତାରିଖ ସକାଳ ୬ଘଟିକାଠାରୁ ୧୧ତାରିଖ ସକାଳ ୬ଘଟିକା ପର୍ଯ୍ୟନ୍ତ ଲୁହାପଥର ବାହାରକୁ ରପ୍ତାନିକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରାଯିବ ବୋଲି ସିଦ୍ଧାନ୍ତ ହୋଇଥିଲା ।

ଉକ୍ତ ବୈଠକରେ ଶ୍ରୀଜେନାଙ୍କ ସହ ସଂଗଠନ ଉପାଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଜିଲ୍ଲାସଭାପତି ପିଣ୍ଟୁ ମାଇତିଙ୍କ ସହ ସମାଜସେବୀ ନିଗମାନନ୍ଦ ପଟ୍ଟନାୟକ, ସମାଜସେବୀ ଇଶାନ୍ ମିଶ୍ର, ସମାଜସେବୀ ମନୋଜ ଦାସ ପ୍ରମୁଖଙ୍କ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ସଂଗଠନର ଦୀପକ ମହାନ୍ତ, ରଞ୍ଜନ ପାତ୍ର, ମହମ୍ମଦ ଖାନ୍, ଲକ୍ଷ୍ମଣ ଟୁଡୁ, ଶିବରାଜ୍ ମହାନ୍ତି, ସୁମିତ ବଳା ଓ ଅଞ୍ଜନ ବରାଳ ପ୍ରମୁଖଙ୍କ ସହ ବାମନଘାଟି ଉପଖଣ୍ଡ ଓ ପାଞ୍ଚପୀଢ ଉପଖଣ୍ଡ କର୍ମକର୍ତ୍ତା ଯୋଗଦେଇଥିଲେ ।

Nalco
Leave A Reply