Odisha news

ଛଡ଼ିଆ ଭଟ୍ଟସାଗର ପୁଷ୍କରିଣୀ ପୁନଃଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମିକ୍ଷା : ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ପାଇଁ ଦେଲେ ନିର୍ଦ୍ଦେଶ

0
ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋର  ବଡଚଣା ବ୍ଳକର ଛତିଆ ସ୍ଥିତ ଭଟ୍ଟସାଗର ପୁସ୍କରଣୀରେ ଚାଲିଥିବା ପୁନଃଉଦ୍ଧାର କାର୍ଯ୍ୟର ଅଗ୍ରଗତିର ସ୍ଥିତି ପରଖିବା ପାଇଁ ମଙ୍ଗଳବାର ଦିନ ଅଚାନକ ପହଞ୍ଚି ଥିଲେ! ଜିଲ୍ଲାପାଳଙ୍କ ସହ ଏସପି ଭିନୀତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ହୋଇ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମିକ୍ଷା କରିଥିଲେ! ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଏହି ପୁଷ୍କରିଣୀ ନିକଟରେ ବ୍ୟାପକ ଭିତିଭୂମି ଭରପୁର ଥିବାରୁ ସର୍ବପୁରାତନ ଉକ୍ତ ପୋଖରୀକୁ ଆଗାମୀ ଦିନରେ ସୌନ୍ଦର୍ଯ୍ୟକରଣ କରାଯିବା ସହିତ ତାହା ସଲଗ୍ନ ୧୬ନଂ ଜାତୀୟ ରାଜପଥ ପାର୍ଶ୍ଵ ଉଠା ଦୋକାନୀ ଓ ଆଗନ୍ତୁକ ଯାତ୍ରାମାନଙ୍କ ସୁବିଧା ପାଇଁ ଏଠାରେ ବିବିଧ ସୁବିଧାସ୍ଥଳୀ ,ଭେଣ୍ଡିଙ୍ଗ ଯୋନ ଓ ଚିତ୍ତବିନୋଦନ କେନ୍ଦ୍ର ନିର୍ମାଣ ଭଳି ସୁଚିନ୍ତିତ ଆକର୍ଷଣୀୟ ପ୍ରକଳ୍ପ ପାଇଁ ଖସତା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଇତ୍ୟବସରରେ ବ୍ଳକ୍ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ! ଏହିି ସମୟରେ ସେଠାରେ ଉପସ୍ଥିତ ଅଞ୍ଚଳର ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ପ୍ରରସ୍ତାବିତ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ତାଙ୍କ  ପ୍ରତିଶୃତ୍ତିବଦ୍ଧତା ପ୍ରକାଶ କରିଥିଲେ! ଏହି ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳଦୁଃଖ ବନ୍ଧୁ ନାୟକ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକକୁମାର ବେଉରିଆ, ବଡଚଣା ବିଡିଓ ରବୀନ୍ଦ୍ର ପ୍ରଧାନ, ସ୍ଥାନୀୟ ଲୋକ ପ୍ରତିନିଧି ଦୀପକ ସାହୁ, ପ୍ରାକ୍ତନ ବ୍ଲକଅଧକ୍ଷ ଭାଗ୍ୟଧର ମଲିକ, ମାଧଵନନ୍ଦ ମହାପାତ୍ର, ବାସୁଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ! ସୂଚନା ଥାଉକି ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର କାମ ସମୟରେ ବେଆଇନଭାବେ ବାହାରୁଥିବା ମାଟିକୁ ଅନ୍ୟତ୍ର ବିକ୍ରି କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ!
Nalco
Leave A Reply