Odisha news

ନନ୍ଦନକାନନ ଅଘଟଣ : ରୋପଓ୍ବେ ଚାଲିବା ପୁର୍ବରୁ ଟ୍ରାନ୍ସର୍ଫମର ଫାଟି ତିନି ଗୁରୁତର

0

ବାରଙ୍ଗ : ନନ୍ଦନକାନନ ପ୍ରାଣିଉଦ୍ୟାନରେ ନୃତନ ଜ୍ଞାନକୈାଶଳରେ ନିର୍ମାଣ ହୋଇଥିବା ରୋପଓ୍ବେ ଚାଲିବା  ପୂର୍ବରୁ ଅଘଟଣ ଘଟିଛି। ଏହି ଅଘଟଣରେ ଦୁଇ ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣା ପଡ଼ିଛି ।  ରୋପଓ୍ବେକୁ କାର୍ଯ୍ୟକ୍ଷମ କରିବା ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ସମୟରେ ଟ୍ରାନ୍ସର୍ଫମକୁ ବିଦ୍ୟୁତ୍ ପରୀକ୍ଷା କରିବାକୁ ଯାଇ ଟ୍ରାନ୍ସର୍ଫମର ଆର୍ଥ ଶ୍ଵୀଜି କୁ ଅନ କଲାବେଳେ ଠିକ୍ ଏହି ସମୟରେ ଟ୍ରାନ୍ସର୍ଫମର ଅଏଲ ଟ୍ୟାଙ୍କ ଟି ପାଟିଥିଲା । ଫଳରେ ୨ଜଣ ହୋଇଥିବା ବେଳେ ୧ ଆହାତ ହୋଇଥିଲେ ।  ଗୁରୁତର ଆହତ କର୍ମଚାରୀ ହେଲେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଅବସରପ୍ରାପ୍ତ ତଥା ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ,ରୋପଓ୍ବେର ଅପରେଟର ସୋମୁ ବାନାର୍ଜି  ଓ ଆହତ କର୍ମଚାରୀ ରୋପଓ୍ବେର ଅପରେଟର ରାମ ଲଳିତ ସାହା । ଗୁରୁତର ଅବସ୍ଥାରେ  ଏମାନଙ୍କୁ  ପ୍ରଥମେ ରୋପଓ୍ବେ ଓ ନନ୍ଦନକାନନ ତରଫରୁ ଚିକିତ୍ସା ନିମନ୍ତେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପରେ ଶିବରାମ ଓ ସୋମୁ ସ୍ବାସ୍ଥ୍ୟ ବେଶୀ ଗୁରୁତର ହେବାରୁ ଅନ୍ୟଏକ ଘରୋଇ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି ।ପରେ ଖବର ପାଇ ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗର ଏକଜୁଟିଭି ଇଞ୍ଜିନିୟର  ଜ୍ଞାନ ରଞ୍ଜନ ବେହେରା, ଏସଡିଓ, ନନ୍ଦନକାନନ ଏସିଏଫ ଶରତ କୁମାର ସାହୁ,ରଶ୍ମିରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଅଘଟଣ ଘଟିଲା ତାହାର ତଦନ୍ତ କରୁଛନ୍ତି ।

ସେପଟେ ବିଦ୍ୟୁତ୍ ବିଭାଗ ବିନା ଅନୁମତିରେ କିଛି କର୍ମଚାରୀ  ରଙ୍ଗ ଅପରେସନ ଯୋଗୁ ଏଭଳି ଘଟିଥାଇ ପାରେ ବୋଲି ବିଦ୍ୟୁତ୍ ବିଭାଗର ଜଣେ ଅଧିକାରୀ କହିଛନ୍ତି ।ଅନ୍ୟପଟେ ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ମୁହଁ ଖୋଲିବାକୁ ନାରାଜ । ସୂଚନା ଯୋଗ୍ୟ , ଗତକାଲି ରୋପଓ୍ବେ ପୁନଃକାର୍ଯ୍ୟକ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଆଜି ଭିସିବି ୟୁନିଟ ବିଦ୍ୟୁତ୍ ପରୀକ୍ଷା ବେଳେ କୈାଣସି କାରଣରୁ ଟ୍ରାନ୍ସର୍ଫମର ଫାଟିଥିଲା।ଟ୍ରାନ୍ସର୍ଫମର ତଳେ କାର୍ଯ୍ୟରତ ତିନି କର୍ମଚାରୀଙ୍କ ଉପରେ   ନିଆଁ ଓ ତେଲ ପଡି ଗୁରୁତର ହୋଇ ଚେତାଶୂନ୍ୟ ହେଇ ତଳେପଡିଯାଇଥିଲେ।ସେମାନଙ୍କ ମୂହଁ,ହାତ ସହିତ ସମ୍ପୂଣ୍ଣ ଶରୀର ପଡିଯାଇଛି।ଗୁରୁତର ଅବସ୍ଥାରେ ରୋପଓ୍ବେ ଓ ନନ୍ଦନକାନନ ତରଫରୁ ଚିକିତ୍ସା ନିମନ୍ତେ ପଟିଆ ସ୍ଥିତ କିମ୍ସୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି,ପରେ ଅବସ୍ଥା ଗୁରୁତର ହେବାରୁ ଶିବରାମ ଓ ସୋମୁକୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ଏହି ଘଟଣା ଚାରିଆଡ଼େ ବ୍ୟାପିବା ପରେ  ନନ୍ଦନକାନନ ପ୍ରଶାସନିକ ଅଧିକାରୀ,ବିଦ୍ୟୁତ୍ ବିଭାଗ ଓ ରୋପଓ୍ବେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏନେଇ ପାଖରେ କାମ କରୁଥିବା  ରୋପଓ୍ବେର କର୍ମଚାରୀ ଉପେନ୍ଦ୍ର ବିଶ୍ବକର୍ମା ( ପ୍ରତକ୍ଷଦର୍ଶି) କହିବା କଥା ମୁଁ ରୋପଓ୍ବେ ପାଖରେ ଥିଲି।ପ୍ରାଣୀଉଦ୍ୟାନର ଶିବରାମ ସାହୁ ନାମକ କର୍ମଚାରୀ ରୋପଓ୍ବେ ସ୍ଥଳକୁ ବିଦ୍ୟୁତ୍ କାର୍ଯ୍ୟରେ ଆସିଥିଲେ।ସେଠାରେ ବସିଥିବା ନୂତନ ଟ୍ରାନ୍ସର୍ଫମର ଭିତରକୁ ଯାଇ ଭିସିବି ୟୁନିଟରେ ବିଦ୍ୟୁତ୍ ପରୀକ୍ଷା କରିବା ପାଇଁ ମଲ୍ଟି ମିରଟ ମାଗିଥିଲେ।ମଲ୍ଟି ମିଟର ନେଇ ଭିସିବି ୟୁନିଟ ପରୀକ୍ଷାବେଳେ ହଠାତ୍ ଟ୍ରାନ୍ସର୍ଫମର ଫାଟିି ସେଥିରୁ ନିଆଁ ଓ ତେଳ ପଡି ଦୁଇଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଥିବା କହୁଥିବା ବେଳେ ଭୁବନେଶ୍ବର ବିଦ୍ୟୁତ୍ ବିଭାଗ ନିର୍ବାହୀ ଯତ୍ରୀ ଜ୍ଞାନରଞନ ବେହେରାଙ୍କୁ ପଚାରିବାରୁ ସେ କହିଲେ ଗତକାଲି ଠାରୁ ୩୩କେଭି ୟୁଜି କେବୁଲରୁ ଟ୍ରାନ୍ସର୍ଫରକୁ ବିଦ୍ୟୁତ୍ ସଂଯୋଗ ଦେଇ ବଲ ଜଳାଇଛୁ।ଆଜିର ଘଟଣାରେ କଣ ପାଇଁ ସେମାନେ ବିଦ୍ୟୁତ୍ ବିଭାଗର ଅନୁପସ୍ଥିତିରେ ଟ୍ରାନ୍ସର୍ଫମରରେ କାର୍ଯ୍ୟ କରୁଥିଲେ।ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି । ଏ ଘଟଣା ବିଷୟରେ ନନ୍ଦନକାନନ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଏ ସମ୍ପର୍କ କିଛି କହି ନଥିଲେ ।ତେବେ ଏଠାରେ ପ୍ରଶ୍ନ ଉଠେ , ବିଦ୍ୟୁତ୍ ବିଭାଗର ଅନୁପସ୍ଥିତିରେ ଟ୍ରାନ୍ସର୍ଫମରରେ  ଭିସିବି ୟୁନିଟରେ ବିଦ୍ୟୁତ୍ ପରୀକ୍ଷା କରୁଥିଲେ କେମିତି । ନା ଆଉ କିଛି ବିଦ୍ୟୁତ୍ ଚୋରା କାରବାର କରୁଥିଲେ କି ?ଅସାବଧାନତା କାରଣ ରୁ ଏଭଳି ଅଘଟଣ ଘଟିଛି । ନା ଏହିଁ ଦାୟିତ୍ୱରେ ଥିବା ରେଞ୍ଜ ଅଫିସର ବିଦ୍ୟୁତ୍ ବିଭାଗର ଅନୁପସ୍ଥିତିରେ ଭିସିବି ୟୁନିଟରେ ବିଦ୍ୟୁତ୍ ପରୀକ୍ଷା କରିବା ପାଇଁ ପଠାଇ ଥିଲେ କି? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

Nalco
Leave A Reply