ରଙ୍ଗେଈଲୁଣ୍ଡା!!ଗୋପାଳପୁ ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମାଞ୍ଚଳ ର ଭିତିଭୂମି ଓ ବିକାଶ ର ସଚେତନତା କାର୍ଯ୍ୟକ୍ରମ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଉପସ୍ଥିତ ରେ ମହା ଆଡମ୍ବର ରେ ଆୟୋଜନ ହୋଇ ଯାଇଛି!ପଞ୍ଚାୟତ ର ସରପଞ୍ଚ ରଶ୍ମିତା ପାତ୍ର ଓ ବରିଷ୍ଠ ବିଜେଡି ନେତା ch, ବାଇରୀ ପାତ୍ର ଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ବାସି ସହଯୋଗ କରିବା ସହ ବହୁ ଜନସାଧାରଣ ଙ୍କ ସହ ଏସ. ଓ. ଜି. ଗ୍ରୁପ, ଅଙ୍ଗନବାଡି କର୍ମୀ ଙ୍କ ସହ କୁନି କୁନି ସ୍କୁଲ ଛାତ୍ର, ଛାତ୍ରୀ ମାନେ ଯୋଗ ଦେଇ ଥିଲେ!ପ୍ରଥମେ ଛାତ୍ର, ଛାତ୍ରୀ ମାନେ ଚମତ୍କାର ଭଜନ ଗାଇବା ସହ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ!କାର୍ଯ୍ୟକ୍ରମ ଆରମ୍ଭ ପ୍ରଭୁ ଜଗନ୍ନାଥ ଙ୍କ ଆଳତି କରାଯାଇ ଆରମ୍ଭ କରା ଯାଇଥିଲା!ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବିଭିନ୍ନ ବିକାଶ ମୂଳକ ବାବଦରେ ଏବଂ ଆଗକୁ କିପରି ବିକାଶ ହେବ ସେ ସମ୍ପର୍କ ରେ ମାନ୍ୟବର ବିଧାୟକ ଉପସ୍ଥିତ ପଞ୍ଚାୟତ ବାସି ଙ୍କୁ ବୁଝାଇଥିଲେ!ପଞ୍ଚାୟତ ର ବିକାଶ ହୋଇଥିବା ଯୋଜନା ର ଲିଖିତ ଥବା ଏକ ପୁସ୍ତକ ଜନସାଧାରଣ ଙ୍କୁ ବଣ୍ଟନ କରାଯିବା ସହ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ବିଧାୟକ ସନମାନୀତ କରିଥିଲେ!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଚିନି ଉଷାରାଣି, ଉପାଧ୍ୟାକ୍ଷା ଅନିତା ମାହାଙ୍କୁଡ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ଅଜିତ କୁମାର ଦାସ, ବିଶିଷ୍ଟ ସମାଜସେବୀ ରାମହରି ପାତ୍ର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଜିତେନ୍ଦ୍ର ରାଉଳ,54ନମ୍ବର ଜିଲ୍ଲା ପରିଷଦ ଦୀପକ କୁମାର ସାମନ୍ତ, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ, ବାନି ଲେଙ୍କା, ବରିଷ୍ଠ ବିଜେଡି ନେତା ଧର୍ମା ରେଡି, ହଳଦିଆ ପଦର ସରପଞ୍ଚ ଦଣ୍ଡପାଣି ବେହେରା, ସମିତି ଆଇନଜୀବୀ ପ୍ରବୀଣ କୁମାର, ବକ୍ସିପଲ୍ଲୀ ସମିତି ଜୟସେନ ସାହୁ, ଗୋଲନ୍ଥରା ଯୁବ ନେତା ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ!