Odisha news

ଦର୍ପଣ ତହସିଲ ଅଞ୍ଚଳରେ ପୁଣି ମାଙ୍କଡା ମାଫିଆ ସକ୍ରିୟ:ଦୈନିକ ଚାଲାଣ ହେଉଛି ଶହ ଶହ ଟ୍ରିପ

0

ଚଣ୍ଡିଖୋଲ,୨୪/୫ : ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅଞ୍ଚଳରେ ଏବେ ପୁଣି ମାଙ୍କଡା ପଥର ମାଫିଆ ସକ୍ରିୟ ହେଲେଣି । ଏହି ତହସିଲର ବୈରୀ,ପାରିହା, ଅମୀୟଝରୀ, ବଗଉ,ରାଇଝର,ବରଗଡା,ନିମଡିହ ଓ ନଳିଦା ପ୍ରଭୃତି ୧୦ରୁ ୧୨ଟି ସ୍ଥାନରେ ସମ୍ପୁର୍ଣ୍ଣ ବେଆଇନଭାବେ ବିନା ଲିଜରେ ମାଫିଆମାନେ ବଡ ବଡ ମସିନ ଦ୍ୱାରା ଦୈନିକ ଶହ ଶହ ଟ୍ରିପ ମାଙ୍କଡା ପଥର ଖୋଳି ବାହାରକୁ ଚାଲାଣ କରୁଛନ୍ତି! ଚୋରାରେ ମାଙ୍କଡା ଚାଲାଣ ହେଉଥିବାରୁ ସରକାର ଏବାବଦରେ ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି!

ଏଥି ପୂର୍ବରୁ ତହସିଲଦାରଙ୍କ ପକ୍ଷରୁ ବରାବର ଚଢାଉ ହେଉଥିବାରୂ ମାଫିଆମାନେ ଭୟଭିତ ହୋଇ କିଛିଦିନ ମାଙ୍କଡା ଚୋରାଚାଲାଣ ବନ୍ଦ ରଖିଥିଲେ! ହେଲେ ଗତ କିଛିଦିନ ହେବ ଖୋଲା ମେଲାରେ ଏହି ଚୋରା କାରବାର ଚାଲୁଥିବା ଦେଖା ଯାଇଛି!ଏହି ଚୋରା କାରବାର ବିଶେଷ କରି ବୈରୀ ଥାନା ଅଞ୍ଚଳରେ ଅଧିକ ଚାଲିଛି!ମାଫିଆମାନେ ଉପରୋକ୍ତ ଅଞ୍ଚଳରୁ ଜଙ୍ଗଲ ଓ ସରକାରୀ ଜମିରୁ ମାଙ୍କଡା ଲୁଟୁଥିବା ଦେଖାଯାଉଛି! କେବଳ କଟକ ଓ ଯାଜପୁର ଜିଲ୍ଲା ସୀମାନ୍ତ ବଗଉ ଠାରେ ସରକାରଙ୍କ ପକ୍ଷରୁ ଏକମାତ୍ର ମାଙ୍କଡା ଖଣିକୁ ଲିଜ ଦିଆଯାଇଛି! ହେଲେ ଖନନ ପୂର୍ବରୁ ଏହି ମାଙ୍କଡା ଖଣିର ସୀମା ନିର୍ଧାରଣ (ଡିମାରକେସନ) ହୋଇନଥିବାରୁ ମାଫିଆମାନେ ଯୁଆଡୁ ପାଈଲେ ସିଆଡୁ ବିଖିପ୍ତ ଭାବେ ବ୍ୟାପକ ସରକାରୀ ଜମିରୁ ବେଆଇନ ଭାବେ ଶହ ଶହ ଟ୍ରିପ ମାଙ୍କଡା ଲୁଟି ଚାଲିଛନ୍ତି! ବିନା ଡିମାରକେସନରେ ଏଠାରେ ମାଙ୍କଡା ଖନନ ପାଇଁ ରାଜସ୍ୱ ବିଭାଗ କିପରି ଅନୁମତି ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି! ବି ପକ୍ଷିପ୍ତ ଅଞ୍ଚଳରୁ ମାଙ୍କଡା ଖନନ ହେଉଥିବାରୁ ଏବେ ସମଗ୍ର ଅଞ୍ଚଳ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି! ଯାହାକୁନେଇ ଲୋକେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି

Nalco
Leave A Reply