Odisha news

୨ ବର୍ଷ ପରେ ଆନନ୍ଦପୁର ବ୍ଲକର ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଓ ଏସ୍ ପି ଅନୁପସ୍ଥିତି ଯୋଗୁଁ ତୀବ୍ର ପ୍ରତିକ୍ରିୟା

0

ଆନନ୍ଦପୁର ସ-ବ୍ୟୁ ଦୀର୍ଘ ୨ ବର୍ଷ ଧରି ଆନନ୍ଦପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବନ୍ଦ୍ ରହିଥିବା ବେଳେ ଗତ ୨୩ ତାରିଖରେ ଜିଲ୍ଲା ପାଳ ଏସପିଙ୍କର  ମିଳିତ ଅଭିଯୋଗ ଶୁଣାଣୀ ହୋଇଥିଲା। ମାତ୍ର ଜିଲ୍ଲାପାଳ। ଓ ଏସପି ଏହି ଶୁଣାଣୀ କାର୍ଯ୍ୟ କ୍ରମରେ ଯୋଗଦାନ୍ ନଦେବାରୁ ଆନନ୍ଦପୁର ବ୍ଲକକୁ ଆସିଥିବା ଅଭିଯୋଗକାରୀ ମାନେ ନିରାଶ ହେବାସହିତ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ ଉକ୍ତ ବୈଠକରେ କେତେକ ବିଭାଗୀୟ ସରକାରୀ ଅଧିକାରୀ ମାନେ ଅନୁପସ୍ଥିତ ଥିଲେ।ବିଡ଼ିଓ ପଞ୍ଚାନନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଅଭିଯୋଗ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଡିଆର୍ ବିଜୟ ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁର,ଏସ୍ ଡିପିଓ ଅନୀଲ କୁମାର ବେଉରିଆ, ବୈତରଣୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ କୁମାର ନାୟକ, ତହସିଲଦାର ତପନ କୁମାର ନାୟକ, ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇଥିଲେ।ମୋଟ୨୧୩ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ଓ ଏସ୍ପି ଅନୁପସ୍ଥିତ ରହିବାରୁ ଅଭିଯୋଗ ମାନେ ନିଜର ବ୍ୟକ୍ତିଗତ ମତାମତ ଉପସ୍ଥାପିତ କରିବାରେ ବିଫଳ ହୋଇ ନିରାଶରେ ଫେରିଥିଲେ   ।ଏବିଡିଓ ବିଚିତ୍ର କୁମାର କର,ଓ ବ୍ଲକ କର୍ମଚାରୀଂଓ ମନ୍ତ୍ରୀମାନେ ପରିଚାଳନା କରିଥିଲେ।

IEC 2 years
Leave A Reply