କାକଟପୁର-24/5 ସ୍ବୟଂ ଶାସିତ ନିମାପଡ଼ା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପରିସରରେ ଶତାଧିକ ଛାତ୍ରଛାତ୍ରୀ/ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ରାଧୁଚରଣ ପଣ୍ଡା ଯୋଗଦେଇ ସାଂସଦୀୟ ଓ ରାଷ୍ଟ୍ରପତିୟ ଗଣତନ୍ତ୍ର ମଧ୍ୟରେ ତୁଳନାତ୍ମକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି କହିଥିଲେ କି ବିଶ୍ଵବାସୀଙ୍କ ପ୍ରଥମ ପସନ୍ଦ ସଂସଦୀୟ ଗଣତନ୍ତ୍ର। ଭାରତର ପ୍ରଧାନମନ୍ତ୍ରୀ ପଦ ବିଶ୍ଵସ୍ତରୀୟ ସମ୍ମାନସ୍ପଦ ପଦ ଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ବୋଲି କହିଥିଲେ। ଯେଉଁ ଦେଶର ସାଂସଦୀୟ ଗଣତନ୍ତ୍ର ଯେତେ ମାର୍ଜିତ ସେ ଦେଶର ନାଗରିକ ମାନେ ସେତେ ଉନ୍ନତ ବୋଲି ବକ୍ତା ମାନେ ମତପୋଷଣ କରିଥିଲେ।