ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ କୋର୍ଟ ପରିସରରେ ଗତ ୨୦୧୯ ମସିହାରୁ ସ୍ଥାପନା ହୋଇଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏବେ ଏକ ବେଆଇନ ନାମ ଫଳକ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି! ଏହି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚଣ୍ଡିଖୋଲ କୋର୍ଟ ବାର ଆସୁସିଏସନ ସମ୍ପାଦକ ପ୍ରକାଶଚନ୍ଦ୍ର ଦାଶ ଯାଜପୁର ଜିଲ୍ଲା ଓ ଦୌରାଜର୍ଜଙ୍କୁ ଶନିବାର ଦିନ ଚିଠି ଲେଖିଥିବା ଜଣାପଡିଛି! ପ୍ରକାଶ ଥାଉକି ବାର ଆସୁସିଏସନ ପକ୍ଷରୁ କୋର୍ଟ ପରିସରରେ ମରୁବାବୁଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା! ଏହାକୁ ୨୦୧୯ ମସିହା ଫେବୃଆରୀ ୧୬ ତାରିଖ ଦିନ ଓଡିଶା ଉଚ୍ଚନ୍ୟାୟାଳୟ ବିଚାରପତି ସଞ୍ଜୟ କୁମାର ମିଶ୍ର ଓ ବିଚାରପତି ଜେ ପି ଦାସ ଉନ୍ମୋଚନ କରାଯାଇଥିଲେ! ସେତେବେଳେ ପ୍ରତିମୂର୍ତ୍ତି ସ୍ଥଳରେ ଏକ ଫଳକ ଲଗାଯାଇଥିଲା! ସେବେର ଉନ୍ମୋଚନ ଫଳକରେ ମାନ୍ୟବର ବିଚାରପତି ଗଣ ଓ ବାର ଆସୁସିଏସନର ତତ୍କାଳୀନ ସଭାପତି, ସମ୍ପାଦକଙ୍କ ନାମ ଥାଇ ଫଳକ ଲଗାଯାଇ ଥିଲା! ତେବେ ଆଜି ମାର୍ଚ୍ଚ ୯ ତାରିଖ ଶନିବାର ଦିନ ସକାଳେ ଦେଖିବାକୁ ମିଳିଛି ଯେ, ବାର ଆସୁସିଏସନ ସଭାନେତ୍ରୀ ରେଣୁବାଳା ମହାନ୍ତିଙ୍କ ନାମ ଲେଖା ଥାଇ ଅନ୍ୟ ଏକ ନାମ ଫଳକ ପୂର୍ବର ନାମ ଫଳକରେ ଯୋଡି ସମାନ ସ୍ଥାନରେ ଲଗାଯାଇଛି ! ଯାହା ସମ୍ପୂର୍ଣ୍ଣ ବେଆଇନ, ବିଚାର ବିଭାଗର ଗାରିମା କ୍ଷୁର୍ଣ୍ଣ କରୁଛି ଓ ଏହା ଅପମାନ ଜନକ ବୋଲି ବାର ଆସୋସିଏସନ ଚିଠିରେ ଦର୍ଶାଇଛି! କୋର୍ଟ ପରିସରରେ ଏବେ କୌଣସି ଉନ୍ମୋଚନ,ଉଦଘାଟନ କିମ୍ବା ଲୋକାର୍ପଣ କାର୍ଯ୍ୟକ୍ରମ ନଥାଇ ଏଭଳି ଫଳକ କିପରି ଲାଗାଗଲା ଓ ଏହାର ଉଦ୍ଦେଶ୍ଯ କଣ ବୋଲି ସମ୍ପାଦକ ଶ୍ରୀ ଦାଶ ପ୍ରଶ୍ନକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଜର୍ଜଙ୍କୁ ଅନୁରୋଧ କରିଛନ୍ତି! ସଂଯୁକ୍ତ ବିବାଦୀୟ ଫଳକରେ ନାମ ଥିବାରୁ ସଭାନେତ୍ରୀ ରେଣୁବାଳା ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ତାଙ୍କ ନାମଥିବା ଏହି ଫଳକ ସେ ପ୍ରଥମେ ଲଗାଇଥିଲେ, ହେଲେ ଏଥିନେଇ ବିବାଦ ଦେଖାଦେବାରୁ ସେ ସେହି ଫଳକକୁ ସେଠାରୁ ଉଠାଇ ନେଇଥିଲେ! ହେଲେ ପରବର୍ତ୍ତୀ ସମୟରେ ପୁଣି ସେଠାରେ କିଏ ଓ କାହିଁକି ସେହି ଫଳକକୁ ଲଗାଇଲା ତାହା ମୁଁ ଜାଣିନାହିଁ ବୋଲି କହିବା ସହ ଏ ସମ୍ପର୍କରେ ସେ ଉଚ୍ଚ ନ୍ୟାୟାଳୟର ପ୍ରୋଟୋକଲ ଜର୍ଜ, ଜିଲ୍ଲା ଜର୍ଜ ଓ ଚଣ୍ଡିଖୋଲ କୋର୍ଟର ବିଚାରପତିଙ୍କୁ ଅବଗତ କରିଥିବା କହିଛନ୍ତି! ତେବେ ଏହି ଘଟଣାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି !