ଚଣ୍ଡିଖୋଲ,୮/୩ : ଗତ ୫ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହରିଦାସପୁର- ପାରାଦୀପ ରେଳ ଲିଙ୍କରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଲୋକାର୍ପଣ କରିବା ପରେ ପବିତ୍ର ମହା ଶିବରାତ୍ରି ଠାରୁ ବିଦ୍ଧିବଦ୍ଧ ଭାବେ ପୂର୍ବତଟ ରେଳବାଇର ପକ୍ଷରୁ ଏହି ରେଳ ଲିଙ୍କରେ ପାରାଦୀପରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ଏକ ପାସେଞ୍ଜର ଟ୍ରେନ ଚାଳାଚଳ ଆରମ୍ଭ କରିଛି ! ସକାଳ ୭ଟା ୨୦ ମିନିଟ ସମୟରେ ଏହି ଟ୍ରେନଟି ଉଦୟଗିରି -ରତ୍ନଗିରି ରୋଡ଼ ଷ୍ଟେସନର ପ୍ଲାଟଫର୍ମ ଭିତରକୁ ପ୍ରବେଶ କରିବା ମାତ୍ରେ ସେଠାରେ ଉପସ୍ଥିତ ଅଗଣିତ ଯାତ୍ରୀ ଓ ଜନସାଧାରଣ ଜୟ ଶ୍ରୀରାମ, ଜୟଜଗନ୍ନାଥ ଓ ଗୌତମ ବୁଦ୍ଧଙ୍କ ଜୟ ଧ୍ୱନି ଦେଇ ସ୍ୱାଗତ କରିଥିଲେ ! ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଆବାହକ ମହେଶ୍ୱର ବଳ ଓ ସଭ୍ୟମାନେ ରେଳଗାଡ଼ିର ଇଂଜିନରେ ନୂଆ କପଡା ବନ୍ଧି ପୂଜାର୍ଚନା କରିଥିଲେ! ଟ୍ରେନରେ ଯାତ୍ରାକରୁଥିବା ଯାତ୍ରୀଙ୍କୁ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା ! ଇତ୍ୟବସରରେ ଟ୍ରେନ ଚାଳକ ଏ. କେ ବେହେରା ଓ ଗାର୍ଡ ପ୍ରୀତମ ପଲାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା! ପ୍ରଥମଦିନରେ ସେଠାରେ ୧୫ଟି ଟିକେଟ ବିକ୍ରି ହୋଇଥିଲା! ପ୍ରଥମ ଟିକେଟ ସଞ୍ଜୟକୁମାର ଦାସ ଓ ମହିଳା ଯାତ୍ରୀ ସୂଚିତ୍ରା ବାରିକ କାଟିଥିଲେ! ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ରାମଚନ୍ଦ୍ର ସାମଲ, ଡମ୍ବରୁ ଧର ଜେନା, ଶୈଳେନ୍ଦ୍ର ନାରାୟଣ ରାୟ, ସରୋଜ କୁମାର ବଳ, ଜ୍ଞାନ ରଞ୍ଜନ ପ୍ରଧାନ,ଗୋବର୍ଦ୍ଧନ ମହାପାତ୍ର,ବିପିନବିହାରି ଜେନାଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ!