Odisha news

ଧାନ ପରବର୍ତୀ ପଡିଆ ଜମିର ପରିଚାଳନା ର କ୍ଷେତ୍ର ଦିବସ ପାଳିତ 

0
ବାଲିଗୁଡା, ତା, ୧୨/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ କାମ୍ବ୍ରୀକିଆ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ କନ୍ଧମାଳ ତରଫରୁ ମିଳିତ ସହଯୋଗରେ ଧାନ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ପ୍ରକଳ୍ପ ରେ କ୍ଷେତ୍ର ଦିବସ ସହିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଚାଷ କରାଯାଇଥିବା ଧଳା ମଟର ର ମଧ୍ୟ ଶସ୍ୟ କାଟ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆରାବାକା ସରପଞ୍ଚ ରୁନିମା ପ୍ରଧାନ ଯୋଗ ଦେଇଥିବା ବେଳେ ସ୍ଥାନିୟ ପଞ୍ଚାୟତ ପ୍ରତିନିଧି ଫିଲିପ କୁମାର ଦିଗାଳ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଚକାପାଦ ବ୍ଲକ୍ ସହକାରି କୃଷି ଅଧିକାରୀ ଶୀବାନି ପ୍ରଧାନ, କୃଷି ପରିଦର୍ଶକ ସମିର କୁମାର ବେହେରା ଓ ସହାକାରି ବୈଷୟିକ ପରିଚାଳକ ଯୋଗ ଦେଇ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ମଟର ଓ ବିରି ଚାଷ କରାଯାଇ ପାରିବ ତାହା ପ୍ରଶିକ୍ଷଣ ଦେଇଥିଲେ ଯାହାକି କମ୍ ପାଣିରେ କିପରି ଫସଲ ସଠିକ୍ ଭାବରେ ଉଠାଯାଇ ପାରିବ । ଏହି ଫସଲ କୁ ଅଧିକଦିନ ଘରେ ସାଇତି ରଖାଯାଇ ପାରିବ ଓ ପରବର୍ତୀ ସମୟରେ ଚାଷୀ ଚାହିଁଲେ ଅଧିକ ଦରରେ ମଧ୍ୟ ବିକ୍ରି କରି ଅଧିକ ରୋଜଗାର କରିପାରିବେ । ଏଥି ସହିତ ରୋଗ ପୋକ ପରିଚାଳନା କଥା ଦେଖିଲେ ଏହି ଚାଷ ଅଧିକ ଭଲ କାରଣ ଖରିଫ୍ ଚାଷ ଅପେକ୍ଷା ରବି ଚାଷରେ ଫସଲ ଗୁଡିକ ପାଇଁ କମ୍ ଭୟ ଥାଏ । ଏହା ପରେ ସହାକାରି ବ୍ଲକ୍ କୃଷି ଅଧିକାରି ଧାନ ପରେ ମଟର ଚାଷ କଲେ ଜବକ୍ଷାରଯାନ ବିବନ୍ଧନ ହୋଇ ଜମି ଅଧିକ ଉର୍ବର ମଧ୍ୟ ହୋଇଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ପରବର୍ତ୍ତୀ ଫସଲରେ କମ୍ ସାର ଆବଶ୍ୟକ ହୋଇଥାଏ । ତତ୍ ସଙ୍ଗେ ସଙ୍ଗେ ଗୋଟିଏ ଜମିରୁ ଦୁଇଟି ଫସଲ ମିଳିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଡାଲି ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦେହକୁ ଅଧିକ ଭିଟାମିନ୍ ଓ ପୋଷଣ ମିଳିଥାଏ ବିଲି ଆଲୋଚନା ରେ କୁହାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି ଯୁବପିଢୀ ମାନଙ୍କୁ ଚାଷ କାର୍ଯ୍ୟପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରି ସହାୟତା ର୍ପର୍ଣ୍ଣ ଯୋଜନା ରେ ସାମିଲ କରାଇବାକୁ ଆହ୍ୱାନ ଦେଇଥିଲେ । ଅପରପକ୍ଷେ ଯଦି ଦେଖିବା ମଟର ପରିବାର ପାଇଁ ଖାଦ୍ୟ ସୁରକ୍ଷା ହିସାବରେ ମଧ୍ୟ ସହଯୋଗ କରିଥାଏ । ଏହା ପରେ ପଞ୍ଚାୟତ କୃଷୀ ପରିଦର୍ଶକ ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧୀକ ଚାଷୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକଲ୍ପ ବ୍ଲକ୍ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିବା ବେଳେ ସୁନେମିୟା ଦିଗାଲ ଓ ପ୍ରବିଣ କୁମାର ସହଯୋଗ କରିଥିଲେ ।
Govt
Leave A Reply