ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନିର୍ମାଣାଧୀନ ଚଣ୍ଡିଖୋଲ-ଡୁବୁରୀ ଅଂଶ ଏବେ ମରଣଯନ୍ତା ସାଜିଛି! ଏହି ରାସ୍ତାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏମଏସଆଇଏଲ ଠିକାସଂସ୍ଥାର ବେଫିକର ନିର୍ମାଣ କାର୍ଯ୍ୟ ଯୋଗୁଁ ଏବେ ଏହିରାସ୍ତା ଦୈନିକ ଲୋକଙ୍କ ରକ୍ତ ପିଉଛି!ଇତି ମଧ୍ୟରେ ଅବଧିର ଦୁଇବର୍ଷ ଗଡିଯିବା ପରେ ମଧ୍ୟ ନିର୍ମାଣ କାମ ଅଧାପାନ୍ତରା ହୋଇପଡି ରହିଛି! ଦିଗଭ୍ରଷ୍ଟ ଓ ନିୟମ ବର୍ହିଭୁତ ଭାବେ ଠାଏ ଠାଏ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତାହା ଦୁର୍ଘଟଣାର କାରଣ ସାଜିଛି!ଏହି ବିପଦ ସଙ୍କୁଳ ରାସ୍ତାରେ ଦୈନିକ ହଜାର ହଜାର ଗାଡିମଟର ଯାତାୟାତ କରୁଛି! ଡାଇଭର୍ସନ ସ୍ଥାନରେ ସୂଚନା ଫଳକ ନଥିବାରୁ ଗାଡି ଚାଳକମାନେ ପଥଭ୍ରଷ୍ଟ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି! ଗତ ସପ୍ତାହକ ମଧ୍ୟରେ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ବ୍ରାହ୍ମଣୀ ପୋଲ ମଧ୍ୟରେ ୨୭ଟି ଛୋଟବଡ ଦୁର୍ଘଟଣା ଘଟିଛି! ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୬ଜଣ ଗୁରୁତର ଆହତ ହୋଈ ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି!ଏହି।ଦୁର୍ଘଟଣା ମଧ୍ୟରୁ ଚଡେଇଧରା, କୁଶୁନପୁର,ଆରୁହା ଓ ବାଲିସାହି ମଧ୍ୟରେ ସର୍ବାଧିକ ଘଟିଛି! ଠିକାଦାର ଅତି ବେପରବାୟ ଭାବେ ରାସ୍ତା ପାର୍ଶ୍ଵରେ ଫ୍ଲାଏୟାସ ଗଦାକରି ରଖିବା ଯୋଗୁଁ ଏହା ଅଧିକ ଦୁର୍ଘଟଣା ସୃଷ୍ଟି କରୁଛି! ଖରାହେଲେ ଏହି ଫ୍ଲାଏୟାସ (ପାଉଁଶ) ପବନରେ ଉଡି ଘନକୁହୁଡି ପରି ଆସ୍ତରଣ ସୃଷ୍ଟି କରୁଛି! ଗାଡି ଚାଳକ ଓ ପଥଚାରି ମାନେ ଦିନ କି ରାତିଯାଣି ପାରୁ ନାହାନ୍ତି! ବିଶେଷକରି ମୋଟର ସାଇକେଲ ଆରୋହୀଙ୍କ ପାଇଁ ଏହା ଅଧିକ ବିପଦର କାରଣ ହୋଇଛି!ଉକ୍ତ ରାସ୍ତାର ଚଣ୍ଡିଖୋଲ କଲେଜଛକ,ଆରୁହାଛକ,ଚଡେଇଧରା ତଳଛକ,ବାଲିସାହିଛକ,ବଳରାମପୁର ଛକ ସମେତ ବଙ୍ଗଳାଛକ ପ୍ରଭୃତି ସ୍ଥାନରେ ଗଳିପୋଲ ନିର୍ମାଣକାମ ଅତି ମନ୍ଥର ଗତିରେ ଚାଲିବା ସହ ସେଠାରେ ଠିକାଦାର ନିର୍ମାଣ କାମରେ ବ୍ୟାପକ ପାଉଁଶ ବ୍ୟବହାର କରୁଛି ଓ ସେହି ପାଉଁଶକୁ ରାସ୍ତା ଉପରେ ଗଦାକରି ରଖୁଛି ଯାହା ସମସ୍ତଙ୍କ ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି! ଏହି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏମଏସଆଇଏଲ ଠିକାସଂସ୍ଥାର ତୃଟି କାର୍ଯ୍ୟ ଯୋଗୁଁ ଏହିରାସ୍ତା ଦୁର୍ଘଟଣା ପ୍ରବଣ ହୋଇପଡିଥିବା ଜାତୀୟ ରାଜପଥ କତ୍ତୃପଖ୍ୟ ଓ ଯାଜପୁର ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କ୍ରମାଗତ ଅଭିଯୋଗ ହୋଇଆସୁଛି! ଉକ୍ତ ଠିକାସଂସ୍ଥାର ଏପରି ମନ୍ଥର ଓ ବେପରବିୟ ନିର୍ମାଣ କାମର ଅନୁଧ୍ୟାନ କରାଯାଇ ତା’ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତୁରନ୍ତ ରାସ୍ତାର ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେବାକୁ ଜାତୀୟ ରାଜପଥ କତ୍ତୃପଖ୍ୟଙ୍କ ନିକଟରେ ସାଧାରଣରେ ଦାବି ହୋଇଛି
