Odisha news

ଅଞ୍ଚଳବାସୀଙ୍କ ଆସଙ୍କା : ଲୁଚି ଯିବକି ରାହାଡପୁର ପଥରଖଣିର ମହାଦୁର୍ନୀତି

0

ଚଣ୍ଡିଖୋଲ, ୦୨/୦୨ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ରାଜସ୍ୱ ସର୍କଲ ଅଧୀନ ବହୁ ଚର୍ଚ୍ଚିତ ରାହାଡ଼ପୁର ପାହାଡର ବିଏସକ୍ୟୁ ପଥର ଖଣିରେ ବ୍ୟାପକ ଲୁଟପାଟ,ଧାର୍ଯ୍ୟ ପରିମାଣଠାରୁ ବହୁଅଧିକ ପରିମାଣର ପଥର ଉତ୍ତୋଳନ ଓ ଶତାଧିକ କୋଟି ଟଙ୍କାର ରାଜସ୍ୱ ଫାଙ୍କି ଘଟଣା ଏବେ ଲୁଚି ଯିବକି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନ ହେଉଛି!  ଜଳଜଳ ହୋଇ ଲୋକେ ଦେଖୁଥିଲେ ମଧ୍ୟ ତାହା ପ୍ରଶାସନ ଆଖିରେ ଠିକଭାବେ ଦୃଷ୍ଟି ଗୋଚର ହୋଇନଥିବା ଓ ଏହି ମହା ଦୁର୍ନୀତିକୁ ଘୋଡାଇବା ପାଇଁ ଏକ ବିରାଟ ଡିଲ ହୋଇଥିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ଏବେ ଏହି ଖଣିର ବେଆଇନ ଖନନର ମାପଚୁପ ପରେ ଅବିଶ୍ୱାସ ଯୋଗ୍ୟ ଓ ଅତି ନଗଣ୍ୟ ଆକଳନକୁ ନେଇ ଜନମାନସରେ ପୂର୍ବର ଆଶଙ୍କାକୁ ପ୍ରମାଣିତ ହୋଇଛି! ଚଳିତ ଦୁଇ ଦଶନ୍ଧିର ଏହା ଯାଜପୁର ଜିଲ୍ଲାରେ ସବୁଠାରୁ ବଡ ଦୁର୍ନୀତି ବୋଲି ସାଧାରଣରେ ଆଲୋଚନା ହେଉଥିଲା ମଧ୍ୟ ତାହାକୁ ବେପ୍ରମାଣ କରିଦେବା ପାଇଁ ସୁଚିନ୍ତିତ ସଡଯନ୍ତ୍ର ହୋଇଥିବା ଆଲୋଚନା ହେଉଛି!

ଉକ୍ତ ଖଣିର ବେଆଇନ ଖନନର ମାପଚୁପ ପରେ ପ୍ରଶାସନ ପକ୍ଷରୁ ହୋଇଥିବା ଧାର୍ଯ୍ୟ ଆକଳନ ହିଁ ତାହାକୁ ପ୍ରମାଣିତ କରିଛି!ଏହି ଖଣିରୁ ହୋଇଥିବା ଲକ୍ଷା ଲକ୍ଷ ସିଏମ ଅଧିକ ବେଆଇନ ପଥର ଖନନକୁ ମାପଚୁପବେଳେ ଲୁଚାଇଦେଇ ଲିଜଧାରୀଙ୍କୁ ଶତାଧିକ କୋଟି ଟଙ୍କାର ଯୋରୀମାନାରୁ ଛାଡଦେବା ପାଇଁ  ସବୁସ୍ଥରରେ ଏକ ବଡଧରଣର ଡିଲ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପୂର୍ବରୁ ହିଁ ସନ୍ଦେହ କରୁଥିଲେ! ଉକ୍ତ ଖଣୀର ଲିଜ ଅବଧି ସରିବା ପରେ ଗତ ନଭେମ୍ବର ମାସ ୧୦ ତାରିଖରେ ଖଣିରେ ମାପଚୁପ ବେଳେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ମାପଚୁପରେ ନିୟୋଜିତ ବେସରକାରୀ ସସ୍ଥାର ଗତିବିଧିକୁ ଲକ୍ଷକରି ଲୋକମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ଏହି ସନ୍ଦେହ ସୃଷ୍ଟି ହୋଇଥିଲା! ଯାହା ଏବେ ପ୍ରଶାସନ ପକ୍ଷରୁ ଘୋଷିତ ଆକଳନକୁ ଦେଖିବାପରେ ସତ ବୋଲି ପ୍ରମାଣିତ ହୋଇଛି! ଜିଲ୍ଲାର ବହୁ ଅଧିକାରୀ ,ବିଭିନ୍ନ ବୈଶୟିକ ପାରଙ୍ଗମ ସସ୍ଥା ଓ ପରିବେଶ ବିତମାନେ ଏହି ଖଣିରେ ହୋଇଥିବା ବେଆଇନ ଖନନକୁ ଅନୁଧ୍ୟାନ କରି ମାପଚୁପ ହେଲେ ଲିଜଧାରୀଙ୍କ ଉପରେ ଶତାଧିକ କୋଟି ଟଙ୍କାର ଯୋରୀମାନା ହେବବୋଲି ଆକଳନ କରିଥିଲେ ମଧ୍ୟ ତାହା ସରକାରୀ ହିସାବରେ ଅତି ନଗଣ୍ୟ ଦର୍ଶାଯାଇଛି!

ଲିଜଧାରୀଙ୍କ ଉପରେ ଶତାଧିକ କୋଟି ପରିବର୍ତ୍ତେ ମାତ୍ର ୧୫ କୋଟିି ୪୦ ଲକ୍ଷ ଟଙ୍କା ରୟାଲିଟି ଓ ଯୋରୀମାନା ବାବଦରେ ଧାର୍ଯ୍ୟ କରାଯାଇ ଥିବାରୁ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା! ସରକାରୀ ସ୍ଥରରୁ ଏହି ଆକଳନ ରିପୋର୍ଟ ପ୍ରକାଶ ପାଇବାପରେ ସମଗ୍ର ଅଞ୍ଚଳରେ ତାକୁନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାସହ କୌଣସି ଏକ ସରକାରୀ ସସ୍ଥା ଦ୍ୱାରା ଏହି।ବେଆଇନ ଖନନର ପୁନଃ ଆକଳନ କରାଯିବା ପାଇଁ ଦାବି ହୋଇଗଲା!

ଏପରିକି ମାପଚୁପ ପରେ ଆକଳନ ରିପୋର୍ଟରେ କୌଣସି ଗଫଲତି ହେଲେ ତାକୁ ଚାଲେଞ୍ଜକରି କେତେକ ସାମାଜିକ ସଙ୍ଗଠନ, ବ୍ୟକ୍ତିବିଶେଷ,ପରିବେଶ ବିତ ତଥା ଆରଟିଆଇ ଆକ୍ଟିଭିଷ୍ଟ କୋର୍ଟକୁ ଯିବାପାଇଁ ଧମକ ଦେଇ ତୁମ୍ବି ତୋଫାନ ସୃଷ୍ଟି କରିଥିଲେ! ହେଲେ ପରିତାପର ବିଷୟ ଦୀର୍ଘ ଦିନ ତଳୁ ଏପରି ଅତି ନଗଣ୍ୟ ପରିମାଣର ଆକଳନ ରିପୋର୍ଟ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ତାହାକୁ ନେଇ ଆଉ କାହାରି ପ୍ରତିବାଦର ସ୍ୱର ସୁଣାଯାଉନାହି! ଯେଉଁ ମାନେ ଏହି ଖଣିର ମାପଚୁପ ସମୟରେ ତୁମ୍ବିତୋଫାନ ସୃଷ୍ଟି କରୁଥିଲେ ଏବେ ସେମାନେ କାହିଁକି ଅତି ଆଶ୍ଚର୍ଯ୍ୟ ଜନକ ଭାବେ ଚୁପ ହୋଇଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି! ସରକାରୀ ଭାବେ ଆକଳନ ରିପୋର୍ଟ ପ୍ରକାଶିତ ହେବାପରେ ଏହି ଖଣିର ଲିଜଧାରୀ ତରତର ହୋଇ ପୂର୍ବ କଳ୍ପିତ ଯୋଜନା ଅନୁଯାଇ ଧାର୍ଯ୍ୟ ହୋଇଥିବା ନଗଣ୍ୟ ପରିମାଣର ରୟାଲିଟି ଓ ଯୋରୀମାନା ଅର୍ଥ ସରକାରୀ ତହବିଲରେ ଇତି ମଧ୍ୟରେ କୁଆଡେ ପୈଠ କରିଥିବା ସୁଣାଯାଉଛି! ବର୍ତ୍ତମାନର ଏହିସବୁ ପରିସ୍ଥିତିକୁ ଲକ୍ଷକଲେ ରାହାଡପୁର ଖଣିର ଏହି ମହାଦୁର୍ନୀତି ଯେ, ଲୁଚି ଯିବାକୁ ବସିଛି ତାହା ସମଗ୍ର ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି!

Leave A Reply