Odisha news

ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘର ଜରୁରୀ ବୈଠକ : ଓଭର ଲୋଡିଙ୍ଗ ପରିବହନ ବନ୍ଦ ପାଇଁ ଘୋଷଣା

0

ଚଣ୍ଡିଖୋଲ : ଆଉ ଟ୍ରକ ଗୁଡିକରେ ଓଭର ଲୋଡିଙ୍ଗ ପରିବହନ କରାଯିବ ନାହିଁ ବୋଲି ନିଜଆଡୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଥିବା ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘ ଘୋଷଣା କରିଛି! ଆଜି ଚଣ୍ଡିଖୋଲ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଆହୁତ ହୋଇଥିଲା! ସଙ୍ଘ ସଭାପତି ଅଜାମ୍ବର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ! ସାମ୍ପ୍ରତିକ ପରିସ୍ଥିତିରେ ଲଘୁ ଖଣିଜ ପରିବହନରେ ନିୟୋଜିତ ଯାଜପୁର ଜିଲ୍ଲାର ହଜାର ହଜାର ଗାଡି ଓ ମାଲିକମାନେ ମାଲ ପରିବହନ କରୁଥିଲାବେଳେ ସେମାନଙ୍କୁ ଓଭର ଲୋଡିଙ୍ଗ ପରିବହନ ଆଳରେ ବିଭିନ୍ନ ସ୍ଥରରେ ନିର୍ଯ୍ୟାତିତ ହେବାକୁ ପଡୁଛିବୋଲି ଆଲୋଚନା ହୋଇଥିଲା! ମାଲିକ ମାନଙ୍କୁ ସଠିକ ଭଡା ମିଳୁନଥିବାରୁ ସେମାନେ ଜୀବନ ଜୀବିକା ବଞ୍ଚାଇବା ପାଇଁ ଓଭରଲୋଡଙ୍ଗ ପରିବହନ କରିବାକୁ ସେମାନେ ବାଧ୍ୟ ହେଉଥିଲେ ମଧ୍ୟ ଏହି ଦୁଖ ବୁଝିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି! ତେଣୁ ସରକାରଙ୍କ ପରିବହନ ନିତି ନିୟମକୁ ସମ୍ମାନଦେଇ ସଙ୍ଘ ନିଜ ଆଡୁ ଆଜିଠାରୁ ଓଭରଲୋଡିଙ୍ଗ ପରିବହନକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି! କେବଳ ପ୍ରଶାସନିକ ଜୁଲମକୁ ଦୃଷ୍ଟିରେ ରଖି ସଙ୍ଘ  ଏହି ନିଷ୍ପତି ନେଇ ନାହିଁ ବରଂ ଗାଡି ଚାଳକ,ରାସ୍ତାଘାଟ ଓ ସାଧାରଣ ଜନତାଙ୍କ ଧନ ଜୀବନର ଶୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଗଲା ବୋଲି ସଙ୍ଘ କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି! ଏହି ନିୟମ ଓ ନିଷ୍ପତ୍ତିକୁ ସମଗ୍ର ଓଡିଶାରେ କାର୍ଯ୍ୟକାରୀ କରିବା ସହ ସମସ୍ତ ଗାଡି ମାଲିକ ଏଥିରେ ସହଯୋଗ କରିବା ପାଇଁ ସଙ୍ଘ ପକ୍ଷରୁ ଆହ୍ୱାନ ଦିଆଯାଇଛି! ଏହି ନିଷ୍ପତ୍ତିକୁ ଅଗ୍ରାହ୍ୟ କରୁଥିବା ଅସାଧୁ ଗାଡି ମାଲିକ ମାନଙ୍କ ବିରୁଦ୍ଧରେ ସରକାର ଓ ପ୍ରଶାସନିକ ଅଧିକାରୀ ମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମଧ୍ୟ ସଙ୍ଘ ଦାବି କରିଛି! ଯାଜପୁର ଜିଲ୍ଲାର ପଡୋଶୀ ଜିଲ୍ଲା ଗୁଡିକରେ ଟ୍ରକ ମାଲିକମାନେ ସରକାରଙ୍କ ଅଣ୍ଡରଲୋଡିଙ୍ଗ ନିୟମକୁ ଖୋଲା ଉଲଙ୍ଘନ କରୁଥିବାରୁ ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ମଧ୍ୟ ସଙ୍ଘ ସରକାରଙ୍କ ନିକଟରେ ଦାବି କରିଛି!ଯଦି ଏ ଦିଗରେ ସରକାର ଦୃଷ୍ଟି ନଦିଅନ୍ତି ତେବେ ଯାଜପୁର ଜିଲ୍ଲାର ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି!ଏହି ବୈଠକରେ ସଙ୍ଘର ସମ୍ପାଦକ ଅମିତକୁମାର ସାହୁ,ଉପଦେଷ୍ଟା ଚନ୍ଦନ କୁମାର ନାୟକ,ପ୍ରମୋଦକୁମାର ନାୟକ,ମହେନ୍ଦ୍ର କୁମାର ଦାସ,ଯୁଗ୍ମ ସମ୍ପାଦକ ସତ୍ୟନାରାୟଣ ପାଲ,କୋଷାଧ୍ୟକ୍ଷ ରଜନୀକାନ୍ତ କର,ମୁଖପାତ୍ର ପ୍ରଭାତ ରାଉତ, ସରୋଜ ଧିର,ଅଶୋକକୁମାର ପରିଡା,ପ୍ରମୋଦକୁମାର କବି,ସନ୍ତୋଷ ପୃଷ୍ଟିଙ୍କ ସହ ବହୁ କର୍ମକର୍ତ୍ତା ଓ।ଗାଡି ମାଲିକ ଉପସ୍ଥିତ ଥିଲେ!

Nalco
Leave A Reply