Odisha news

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

0

ଚଣ୍ଡିଖୋଲ୯/୬ :,ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଯୁବ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ବଡଚଣା ବ୍ଳକ ଯୁବ କଂଗ୍ରେସ ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଭିଯୋଗ ମୁତାବକ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି । ଦଳୀୟ ଭିିତିରେ ପୋଲିସ କଂଗ୍ରେସ କର୍ମୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି । ଏହି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ଦିଗରେ ପୋଲିସ ବିିଫଳ ହୋଇଛି! ସ୍ଥାନୀୟ ବ୍ୟାଙ୍କରେ ବହୁ ଠକେଇର ଅଭିଯୋଗ ହେଉଥିଲେ ମଧ୍ୟ ଏହାକୁ ସାଇବର କ୍ରାଇମ କହି ଚୁପ ରହୁଥିବା କଗ୍ରେେସ ଅଭିିଯୋଗ କରିଛି । ଥାନା ଅଞ୍ଚଳରେ ବ୍ୟାପକ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁ ନାହିଁ । ଶାସକ ଦଳର ଚାପରେ ପୋଲିସ କଂଗ୍ରେସ କର୍ମୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ସହିତ ସେମାନଙ୍କୁ ହଇରାଣ ହରକତ କରିବା ଆଦି ବିଭିନ୍ନ ଅଭିଯୋଗ ଉଠାଇ ଆଜି ବ୍ଳକ ଯୁବ କଂଗ୍ରେସ ଏହି ବିକ୍ଷୋଭ ପ୍ରଦର୍ଶନ କରିଥଲା !

ବହୁ ସଖ୍ୟକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଡ଼ଚଣା ଯୁବ କଂଗ୍ରେସ ସଭାପତି ସଞ୍ଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତା ଅଜୟ କୁମାର ସାମଲ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱ ପ୍ରକାଶ ସାମଲ, ନଳିପୁର ସମିତି ସଭ୍ୟ ଧର୍ମଜିତ ବଳ, ପୂର୍ବତନ ସରପଞ୍ଚ ସେକ ରିୟାସତ ଅଲି, ଚାନ୍ଦ ଖାଁ, ଚିନ୍ମୟ ଶାନ୍ତି, ଅଶୋକ ବେହେରା, ଅଶୋକ ଶାନ୍ତି, ଅଶୋକ ରାଉତ, ପ୍ରତାପ ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଦାସ, ମହିଳା କଂଗ୍ରେସ ସଭାପତି ନିରୂପମା ସାହୁ,ସନ୍ତୋଷ ପରିଡା, ମହନି ମହାନ୍ତି, ପ୍ରଭାତ ସାହୁ, ବାଦିରୁଦ୍ଦିନ ସାହେବ, ବଟକୃଷ୍ଣ ଦାସ ଓ ଶାନ୍ତନୁ ଜେନା ପ୍ରମୁଖ ଭାଷଣ ଦେଇଥିଲେ! ଶେଷରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଉଦ୍ୟେଶରେ ଦାବିପତ୍ରକୁ ତ ଠାରେ ଉପସ୍ଥ୍ଥିତଥିବା ଯାଜପୁର ରୋଡ଼ ଏସ ଡି ପି ଓ ଚିନ୍ମୟ ନାୟକଙ୍କୁ ପ୍ରଦାନ କରିଥିଲେ ।

Nalco
Leave A Reply