Odisha news

ଉଙ୍କୁଣି ଔଷଧ ଲଗାଇ ୨ଜଣ କୋମଳମତି ଶିଶୁଙ୍କ ସହ ୫ଗୁରୁତ୍ବର : ୪ବର୍ଷର ଶିଶୁ କଟକ ସ୍ଥାନାନ୍ତର

0

ଆରଡି,୯\୬: ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଆଜି ଅପରାହ୍ଣ ସମୟରେ ବଜାରରୁ ଉଙ୍କୁଣି ଔଷଧ ଆଣି ୨ଜଣ କୋମଳମତି ଶିଶୁଙ୍କ ସହ ଅନ୍ଯ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ଯରେ ୫ଜଣ ଚେତାଶୂନ୍ଯ ହୋଇ ତଳେ ପଡିଯାଇଥିଲେ ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ ମଧ୍ଯ କୌଣସି ଉନ୍ନତି ନଘଟିବାରୁ ଆମ୍ବୁଳାନ୍ସ ଯୋଗେ ଭଦ୍ରକ ନେଇଯାଇଥିଲେ ପରିବାର ଲୋକ, ସେଠାରେ ୪ବର୍ଷର ଶୁଶିଲ ମଲିକର ଦେହ ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ଯ ୪ଜଣ ହେଲେ ଅନିମା ମଲିକ, ନିରୁପମା ମଲିକ, ଲକି ମଲିକ, ନେରିମା ମଲିକ। ଏବେ ଏମାନେ  ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Nalco
Leave A Reply