ନିଜର ନୀତି ଶାସ୍ତ୍ରଯୋଗୁଁ ଚାଣକ୍ୟ ବିଶ୍ୱ ବିଦିତ l ତାଙ୍କର ନୀତିଶାସ୍ତ୍ର ଯୋଗୁଁ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଲେ l ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ସମାଜର ସମସ୍ତ ବିଷୟ ଉପରେ ରଚନା କରିଥିଲେ l ତାଙ୍କର ନୀତିଶାସ୍ତ୍ରରେ ଜୀବନ କୁ ସରଳ କରିବାର ଅନେକ ନୀତି ଉପରେ ବର୍ଣନା ରହିଛି l ଆଜି ମଧ୍ୟ ଏହି ନୀତି ଜୀବନ କୁ ସରଳ ଓ ସଫଳ କରିବାରେ ସାହାଯ୍ୟ କରୁଛି l
ଚାଣକ୍ୟ ନୀତିରେ ଉଭୟ ମହିଳା ଓ ପୁରୁଷଙ୍କ ଆଚରଣ ଓ ନୀତି ବିଷୟରେ କହିଛନ୍ତି –
ଏଭଳି ମହିଳା କଦାପି ଭରସା ଯୋଗ୍ୟ ନୁହନ୍ତି –
* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ଜଣେ ଭ୍ରଷ୍ଟ ଓ ଖରାପ ଚରିତ୍ର ଯୁକ୍ତ ମହିଳାଙ୍କ ପାଇଁ କହିଛନ୍ତି ଯେ ଏଭଳି ମହିଳା କୌଣସି ଭରସା ଯୁକ୍ତ ନୁହନ୍ତି l ସେ ସର୍ବଦା ପର ପୁରୁଷ ପ୍ରତି ଆକର୍ଷିତ ହୋଇ ଥାଆନ୍ତି l ଏଭଳି ନାରୀ ପୁରୁଷଙ୍କ ଜୀବନ ପ୍ରତି ବିପଦ ପୁର୍ଣ l
* କଦାପି ନାରୀର ସୁନ୍ଦରତା ଦେଖି ତା ଉପରେ ଭରସା କରିବା ଉଚିତ ନୁହେଁ l ବାହାରର ସୁନ୍ଦରତା ଅପେକ୍ଷା ଭିତରର ସୁନ୍ଦରତା ଅଧିକ ଜରୁରୀ ହୋଇଥାଏ , ଯାହାକି ସଂସ୍କାର ଓ ଶିକ୍ଷା ଅଟେ l
* ଧର୍ମ ଓ କର୍ମରେ ଯେଉଁ ନାରୀର ଆସ୍ଥା ନଥିବ ଏଭଳି ନାରୀ କଦାପି ଭରସା ଯୋଗ୍ୟ ନୁହେଁ l କାରଣ ଏଭଳି ନାରୀ ଯେଉଁ ଘରେ ଥାଏ ସେହି ଘର ସଂସ୍କାର ଶୂନ୍ୟ ହୋଇଯାଏ l
* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ କୌଣସି ନାରୀର ଯଦି ଲୋଭ ପ୍ରକୃତି ରହିଛି ତେବେ ତାହା ଆଦୌ ଠିକ ନୁହେଁ l ଏହା ଅନେକ ଥର ଘରର ଶାନ୍ତି ଭଙ୍ଗ କରିବା ସହିତ ପରିବାରକୁ ଅବାଟ ରେ ନେଇଯାଇ ଥାଏ l
* ଅହଙ୍କାରୀ ନାରୀ ନିକଟରୁ ମା ସରସ୍ବତୀ ଓ ମା ଲକ୍ଷ୍ମୀ ଉଭୟ ଅସନ୍ତୁଷ୍ଟ ରହି ଥାଆନ୍ତି l ଏଭଳି ନାରୀ ଯେଉଁ ପରିବାରରେ ଥାଆନ୍ତି ସେହି ପରିବାର ରେ ସୁଖ ସମୃଦ୍ଧି ସର୍ବଦା ଦୂରେଇ ରହିଥାଏ l
