Odisha news

ମଧୁମେହ ଠାରୁ ଦୂରେଇ ରଖେ ଗୁଜୁରାତି ପାଣି

0

ଆଜିକାଲି ଘରେ ଘରେ ମଧୁମେହ ରୋଗୀ , କେଉଁଠି ବୟସ୍କ, ଆଉ କେଉଁଠି ମଧ୍ୟ ବୟସ୍କ ଓ ଛୋଟ ପିଲା ମଧ୍ୟ ମଧୁମେହ ରେ ଆକ୍ରାନ୍ତ ହେଉଛନ୍ତି l ମଧୁମେହ କୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରୀ ଚିକିତ୍ସା ସହିତ ଘରୋଇ ଉପଚାର କୁ ମଧ୍ୟ ଆପଣାଉଛନ୍ତି l ସେହିଭଳି ଆୟୁର୍ବେଦରେ ମଧୁମେହ ର ଚିକିତ୍ସା ପାଇଁ ଗୁଜୁରାତିର ପ୍ରୟୋଗ କରାଯାଇ ଥାଏ l ଆୟୁର୍ବେଦ ଚିକିତ୍ସକ ଙ୍କ ମତରେ ଗୁଜୁରାତି ପାଣି ଦ୍ୱାରା ମଧୁମେହ ର ଉପଚାର କରାଯାଇ ଥାଏ l

ଗୁଜୁରାତି ପାଣି ପ୍ରସ୍ତୁତ କରିବା ପାଇଁ ଜାଣନ୍ତୁ ସମ୍ପୂର୍ଣ ବିଧି –

– ଗୋଟିଏ ଲିଟର ପାଣି ନେଇ ସେଇ ସେଥିରେ ୮ଟି ଗୁଜୁରାତିକୁ ବତୁରାଈ ରାତିସାରା ରଖି ଦିଅନ୍ତୁ l

– ସକାଳୁ ଏହି ପାଣିକୁ ଗୋଟିଏ ତମ୍ବା ପାତ୍ରରେ ଗ୍ୟାସ ଉପରେ ମିଡ଼ିଅମ ଆଞ୍ଚ ରେ ଫୁଟାନ୍ତୁ l

– ୧୦ ମିନିଟ ଠିକ ଭାବରେ ଫୁଟି ଗଲା ପରେ ତାହାକୁ ଗୋଟିଏ ପାତ୍ରରେ ଛାଣି ନିଅନ୍ତୁ l

– ଏହାପରେ ଏହି ପାଣିକୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ରଖି ସେବନ କରନ୍ତୁ l

– ପାଖାପାଖି ୧ମାସ ସେବନ କରି ସାରିବା ପରେ ଏହାର ପରିଣାମ ଆପଣ ଜାଣି ପାରିବେ l

– ନିୟମିତ ସକାଳୁ ଖାଲି ପେଟରେ ଗୁଜୁରାତି ପାଣି ସେବନ କରିବା ଦ୍ୱାରା ଏହା ଆପଣଙ୍କ ରକ୍ତ ଶର୍କରା ସ୍ତର କୁ ନିୟନ୍ତ୍ରିତ କରିଥାଏ l

Nalco
Leave A Reply