Odisha news

କ୍ୟାବ୍ କମ୍ପାନୀ ଭାଙ୍ଗିଲା କରୋନା ନିୟମ : ଆଦାୟ ହେଲା ୩୮ ଲକ୍ଷ ଟଙ୍କାର ଜୋରିମାନା

0

ନୂଆଦିଲ୍ଲୀ : ଦୁନିଆର ସମସ୍ତ ଦେଶ କରୋନା ଜୀବାଣୁ ସମ୍ବନ୍ଧରେ ନୂତନ ନିୟମ ଏବଂ ଆଇନ ପ୍ରସ୍ତୁତ କରୁଛନ୍ତି। କରୋନା ସହ ଜଡିତ  ନିୟମ ଭାଙ୍ଗିବା ପରେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଚାଇନାରେ ଥିବା ଅନଲାଇନ୍ କ୍ୟାବ୍ ପ୍ରଦାନକାରୀ କମ୍ପାନୀକୁ ଏହି ଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି |ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବେଜିଂ ମ୍ୟୁନିସିପାଲିଟି ଟ୍ରାନ୍ସପୋର୍ଟ କମିଶନ ଚୀନ୍‌ର ଲୋକଙ୍କୁ ଅନଲାଇନ୍ କ୍ୟାବ ଯୋଗାଉଥିବା କମ୍ପାନୀ DIDI  ଚୁସିଂଙ୍କ ଉପରେ ଭାରି ଜୋରିମାନା ଲଗା ଯାଇଛି । କରୋନା ଜୀବାଣୁ ରୋକିବା ପାଇଁ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନକରିବାରୁ କମ୍ପାନୀରୁ ୩୪୦,୦୦୦  ୟୁଆନ୍ ଅର୍ଥାତ ପ୍ରାୟ ୩୮ ଲକ୍ଷ ୫୨ ହଜାର ୮୩୬ ଟଙ୍କା ଜୋରିମାନା  ନିଆ ଯାଇଛି ।

ଆୟୋଗ ପକ୍ଷରୁ କୁହାଯାଇଛି ଯେ ଏହି କ୍ୟାବ କମ୍ପାନୀର ଡ୍ରାଇଭରମାନେ କାରରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଏବଂ ଯାତ୍ରୀମାନଙ୍କୁ ମାସ୍କ ବିନା କାରରେ ବସିବାକୁ ଅନୁମତି ଦେଇଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଜୋରିମାନା ଲଗା ଯାଇଛି ।

ଏହି କ୍ୟାବ କମ୍ପାନୀକୁ ଆୟୋଗ ଦ୍ୱାରା ଜୋରିମାନା ଦିଆଯାଇଥିଲା ଯେତେବେଳେ କମ୍ପାନୀର ଅନେକ ଡ୍ରାଇଭର କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଆଇନ ଶୃଙ୍ଖଳା ଅଧିକାରୀମାନେ କ୍ୟାବ କମ୍ପାନୀର ଡ୍ରାଇଭରମାନଙ୍କୁ ମଧ୍ୟ କଠୋର ଦଣ୍ଡ ଦେବେ।କହି ରଖୁଛୁ ଯେ DIDI ଚୁସିଙ୍ଗ ହେଉଛି ଚାଇନାର ସବୁଠୁ ବଡ କ୍ୟାବ କମ୍ପାନୀ ଏବଂ ଏହାର ଗ୍ରାହକ ଆଧାର ୫୫ କୋଟି ଥିବାବେଳେ କମ୍ପାନୀରେ ଲକ୍ଷ ଲକ୍ଷ ଡ୍ରାଇଭର କାମ କରୁଛନ୍ତି।

Leave A Reply