Odisha news

ବିରିଡି :ବେତ କାରିଗର ଉପରେ କରୋନା ମାଡ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍

0

ବିରିଡି, ୨୦ା୦୪ ; ମହାମାରୀ କରୋନାକୁ ମୁକାବିଲା କରିବାକୁ ଯାଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ବିଶେଷକରି କ୍ଷୁଦ୍ର ବ୍ୟବସାୟ ଉପରେ ପଡିଛି । ଏହି ଲକଡଉନ ବା କରୋନା ମାଡ ଯୋଗୁଁ ବିରିଡି ବ୍ଲକ ଅନ୍ତର୍ଗତ ନୂଆଢଣା ଗ୍ରାମର ବେତ କାରୀଗର ଘନ ସ୍ୟାମ ମଲ୍ଲିକଙ୍କ ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଥିବା ଦେଖିବାକୁ ମିଳିଛି । ଘନ ସ୍ୟାମ ଓ ତାଙ୍କ ସ୍ତ୍ରୀ ଝୁମୁରୀ ମଲ୍ଲିକ ପ୍ରତି ଦିନ ବିଭିନ୍ନ ସ୍ଥାନରୁ ବେତ ସଂଗ୍ରହ କରି ନିଜେ କାରିଗରୀ ବିଦ୍ୟାରେ ବା ହାତ କାରୁକାର୍ଯ୍ୟରେ ସୋଫା ସେଟ, ଚେୟାର, ଟେବୁଲ, ଷ୍ଟୁଲ, ଦୋଳି, ଫୁଲ ଚାଙ୍ଗୁଡି, ଗଉଣୀ, ପାଇଲି, ଟୋକେଇ ଓ ଅନ୍ୟାନ୍ୟ ବେତରେ ତିଆରୀ ଜିନିଷ ପ୍ରସ୍ତୁତ କରିଥାନ୍ତି । ଏହି ଜିନିଷ ତିଆରି କରି ଦୋଗଛିଆ ବଜାରରେ ରହି ବିକ୍ରି କରିଥାନ୍ତି । ଏହା ମଧ୍ୟ ବେଶ ବାଟୋଇମାନଙ୍କ ପଇଁ ସହାୟକ ହୋଇଥାଉ ଏବଂ ଗ୍ରାହାକ ମାନଙ୍କର ଚାହିଦା ବୃଦ୍ଧି କରିଥାଏ । କଟକ, ଭୂବନେଶ୍ୱର, ପାରାଦ୍ୱିପ, ଜଗତସିଂହପୁର ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଇଁ ବିଭିନ୍ନ ସାମଗ୍ରୀ ବା ବେତର ତିଆରି ଚୌକି, ଷ୍ଟୁଲ, ସୋଫା ପ୍ରଭୃତି ଏହାକୁ ହିଁ ନେଇଥାନ୍ତି । ଘନସ୍ୟାମ ଓ ତାଙ୍କ ସ୍ତ୍ରୀ ଝୁମୁରୀ ବିଗତ ୨୨ ବର୍ଷ ଧରି ଏହି ବ୍ୟବସାୟ କରିଆସୁଛନ୍ତି । ଏବେ ମଧ୍ୟ ଅନେକ ବେତ ତିଆରି ଜିନିଷ ତାଙ୍କ ପାଖରେ ମହଜୁଦ ରହିଥିବା ଦେଖିବାକୁ ମିଳିଛି । କରୋନା ଲକଡଉନ ଯୋଗୁଁ ଲୋକମାନଙ୍କ ଯାତାୟତ ବନ୍ଦ ହୋଇଯାଇଥିବାରୁ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଥିବା ଉଭୟ ସ୍ୱାମୀ ସ୍ତ୍ରୀ ଓ ଗୋଟିଏ ପିଲା ବର୍ତମାନ ଦୁର୍ଦ୍ଧିନରେ ଜୀବନ ବିତାଉଛନ୍ତି । ଘନ ସ୍ୟାମ ଜଣେ ସ୍ୱାଭିମାନ ବ୍ୟକ୍ତି ହୋଇଥିବା ବେଳେ ବର୍ତମାନ କରୋନା ପାଇଁ ବେତ ତିଆରି ଜିନିଷ ବ୍ୟବସାୟ ମାନ୍ଦା ଯୋଗୁଁ ଆର୍ଥୀକ ଅନାଟନ ଦେଇ ଗତି କରୁଥିବାରୁ ତାଙ୍କୁ ସ୍ୱତନ୍ତ୍ର ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

Leave A Reply